କନକ ବ୍ୟୁରୋ : ଜମ୍ମୁ-କଶ୍ମୀରର କୁଲଗ୍ରାମ ନିକଟରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି । ଏଥିରେ ୨୪ ଘଂଟା ମଧ୍ୟରେ ୫ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି କି ୨୪ ଘଂଟା ମଧ୍ୟରେ କାଶ୍ମୀର ଅଞ୍ଚଳରେ ପୋଲିସ ଗୁଳିରେ ୫ ଜଣ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି ।

Advertisment

ସୂଚନା ମୁତାବକ ବୁଧବାର ରାତିରୁ ଦକ୍ଷୀଣ କାଶ୍ମୀରରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରୀ ରହିଛି    । ଦୁଇଜଣ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷା କର୍ମୀ ଓ ପୋଲିସ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ  । ଏହି ସମୟରେ ଏକ ଘରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏସଓପି ମୁତାବକ ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ସୁଯୋଗ ଦିଆଯାଇଥିଲା । ହେଲେ ସେମାନେ ଆତ୍ମସମର୍ପଣ କରିବା ବଦଳରେ ଗୁଳି ଚଳାଇଥିଲେ । ଡେରି ରାତି ଯାଏଁ ଉଭୟ ପକ୍ଷରୁ ଗୁଳି ଚଳାଯାଇଥିଲା ।

ଆପଣଙ୍କୁ କହିରଖୁ କି ଏହା ପୂର୍ବରୁ ଉତ୍ତର କାଶ୍ମୀରର ଇନ୍ଦୱାର୍ଡାରେ ସୁରକ୍ଷା କର୍ମୀଙ୍କୁ ବଡ ସଫଳତା ମିଳିଥିଲା । ସୁରକ୍ଷା କର୍ମୀଙ୍କ ଗୁଳିରେ ହିଜ୍ଜିବୁଲ ଆତଙ୍କୀ ସଂଗଠନର ଟପ୍ କମାଣ୍ଡର ମେହରାଜୁଦ୍ଦିନ ଓରଫ୍ ଓବେଦା ନିହତ ହୋଇଥିଲା । ମେହରାଜୁଦ୍ଦିନ ଅନେକ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିଲା । ଏହି ଅପରେଶନକୁ ଇନ୍ଧୱାର୍ଡା ପୋଲିସର ୩୨ ଆରଆର ଓ ୯୨ ବିଏନ୍ ସିଆରପିଏଫର ଯବାନ ମାନେ ସଫଳତାର ସହିତ ମୁକାବିଲା କରିଥିଲେ ।

ସୂଚନା ଥାଉକି ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ କାଶ୍ମୀର ଘାଟିରେ ସୁରକ୍ଷା କର୍ମୀମାନେ ୭୧ ଜଣ ଆତଙ୍କବାଦୀଙ୍କୁ ମାରିଛନ୍ତି ।