କୁଲଗାମରେ ଏନକାଉଣ୍ଟର: ୨ ଆତଙ୍କବାଦୀଙ୍କୁ ନିହତ କଲା ସୁରକ୍ଷା ବାହିନୀ

Advertisment
ଶ୍ରୀନଗର ଏନକାଉଣ୍ଟର: ୨ଆତଙ୍କବାଦୀ ନିହତ

କନକ ବ୍ୟୁରୋ : ଶନିବାର ସକାଳେ ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଶନିବାର କୁଲଗାମ ଜିଲ୍ଲାର ଚିନିଗାମ ଅଞ୍ଚଳରେ ମାଓବାଦୀଙ୍କ ସହ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ନେଇ ଖବର ମିଳିଛି।

କୁଲଗାମ ଜିଲ୍ଲାର ଚିନିଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଦୁଇ ଜଣ ଅଜ୍ଞାତ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି। ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି।

ପୁଲିସ ପକ୍ଷରୁ କୁହାଯାଉଛି ଯେ, ଏହି ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିଲେ। ଏହା ପରେ ପୁଲିସ ଏବଂ ସୁରକ୍ଷା ବାହିନୀ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆତଙ୍କବାଦୀଙ୍କୁ ଘେରି ରହିବା ସହ ଗୁଳିଚାଳନା ଆରମ୍ଭ କରିଥିଲେ, ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ମୃତ ଦୁଇ ଆତଙ୍କବାଦୀଙ୍କ ମୃତଦେହ ଏନକାଉଣ୍ଟର ସ୍ଥାନ ନିକଟରେ ପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ଏନକାଉଣ୍ଟର ଚାଲିଥିବାରୁ ମୃତଦେହ ଉଦ୍ଧାର କରାଯାଇ ପାରି ନାହିଁ।

ପୂର୍ବ ରିପୋର୍ଟ ଅନୁଯାୟୀ, ଚିନିଗାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ମିଳିଥିବା ନିର୍ଦ୍ଦିଷ୍ଟ ଇନପୁଟ ଉପରେ ପୁଲିସ ଏବଂ ସେନାର ୦୧ଆରଆର ମିଳିତ ଟିମ୍ ପଦକ୍ଷେପ ନେଇଥିଲା। ଇନପୁଟ୍ ଆଧାରରେ ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ମିଳିତ ଟିମ୍ ସନ୍ଦେହଜନକ ସ୍ଥାନକୁ ଘେରିଯିବା ମାତ୍ରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଯାହାର ଜବାବ ଦେବାକୁ ସୁରକ୍ଷା ବାହିନୀ ପକ୍ଷରୁ ଦିଆଯାଇ ଦୁଇ ଆତଙ୍କବାଦୀଙ୍କୁ ନିହତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe