ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ମାଡ ଘଟଣା : ବିସ୍ଫୋରଣ ପାଇଁ ୫୦ ହଜାର ଟଙ୍କା ପାଇଥିବା ସ୍ୱୀକାର କଲା ନାବାଳକ 

ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ମାଡ ଘଟଣା : ବିସ୍ଫୋରଣ ପାଇଁ ୫୦ ହଜାର ଟଙ୍କା ପାଇଥିବା ସ୍ୱୀକାର କଲା ନାବାଳକ 

source : MSN.com

ଜାମ୍ମୁ ବସଷ୍ଟାଣ୍ଡରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ଦ୍ୱାରା ଗ୍ରେନେଡ୍ ଆକ୍ରମଣ ଘଟଣାରେ ପୁଲିସ ଗିରଫ କରିଥିବା ନାବାଳକ ୟାସିର୍ ଜାଭେଦ୍ ଭଟ୍ଟର ଆଧାରକାର୍ଡ ଏବଂ ଅନ୍ୟାନ୍ୟ ଦସ୍ତାବିଜରୁ ତା’ର ଜନ୍ମ ତାରିଖ ୨୦୦୩ ମାର୍ଚ୍ଚ ୧୨ ଏବଂ ସେ ଜଣେ ନବମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି। କୁଲଗାଓଁ ଅଞ୍ଚଳର ଜଣେ ରଙ୍ଗମିସ୍ତ୍ରିଙ୍କ ବଡ଼ପୁଅ ଥିବା ୟାସିର କୁଲଗାଓଁର ହିଜବୁଲ ଜିଲ୍ଲା କମାଣ୍ଡର ଫାରୁକ୍ ଅହମ୍ମଦ ଭଟ୍ଟ ଓରଫ୍ ଉମର ଠାରୁ ଗ୍ରେନେଡ୍ ବିସ୍ଫୋରଣ ପାଇଁ ୫୦ ହଜାର ଟଙ୍କା ପାଇଥିବା ସ୍ୱୀକାର କରିଛି। ଗୁରୁବାର ଏହି ଗ୍ରେନେଡ୍ ଆକ୍ରମଣରେ ଜଣେ ନାବାଳକ(୧୭ ବର୍ଷ) ମୃତ ଏବଂ ୩୨ ଜଣ ଆହତ ହୋଇଥିବା ବେଳେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe