କନକ ବ୍ୟୁରୋ: ବଡ଼ ଆତଙ୍କୀ ଷଡ଼ଯନ୍ତ୍ରରୁ ବର୍ତ୍ତିଲା ଜମ୍ମୁ-କାଶ୍ମୀରର ଅଖନୁର । ବୋମା ବିସ୍ଫୋରଣ ଘଟାଇ ବଡ଼ ଧରଣର ଆତଙ୍କ ସୃଷ୍ଟି କରିବାକୁ ଆତଙ୍କୀ କରିଥିଲେ ଯୋଜନା । ତେବେ ଏହି ବଡ଼ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି, ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅଫୁଟା ମୋର୍ଟାର, ଏଲଏମଜି, ଏସଏଲଆର ସେଲ ଉଦ୍ଧାର କରାଯାଇଛି । ଭାରତୀୟ ସେନାର ବୋମା ନିଷ୍କ୍ରିୟକାରୀ ଟିମ ଏବଂ କାଶ୍ମୀର ପୋଲିସ ପକ୍ଷରୁ ଉଦ୍ଧାର ବୋମା ସବୁକୁ ନିଷ୍କ୍ରିୟ କରାଯାଇଛି । ବିଗତ କିଛି ଦିନ ହେବ ସୀମାରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିିବା ବେଳେ ଭାରତୀୟ ସେନା ପକ୍ଷରୁ ସ୍ୱତନ୍ତ୍ର ଅଭିଯାନରେ ଆତଙ୍କୀଙ୍କୁ ନିପାତ କରାଯାଉଛି ।