କନକ ବ୍ୟୁରୋ : ଜାମ୍ମୁକଶ୍ମୀର ସୋପରରେ ଏନକାଉଂଟର ହୋଇଛି । ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ ହୋଇଛି । ଆତଙ୍କବାଦୀମାନେ ବୋରପୁରା ଗାଁର ଏକ ଘର ଭିତରେ ପଶିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ସୁରକ୍ଷାକର୍ମୀ ଗାଁରେ ପହଂଚିବା ମାତ୍ରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗାଁରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ସେପଟେ, ଜାମ୍ମୁକଶ୍ମୀରରେ ପାକିସ୍ତାନର ଡ୍ରୋନକୁ ମାରି ଖସାଇଲେ ସୁରକ୍ଷାକର୍ମୀ । ଜାମ୍ମୁକଶ୍ମୀର ପୋଲିସ ପକ୍ଷରୁ ଡ୍ରୋନକୁ ମାରି ଖସାଇ ଦିଆଯାଇଛି । ଅଖନୁର ଅଂଚଳରେ ଏହି ଡ୍ରୋନକୁ ଖସାଇ ଦିଆଯାଇଛି । ଡ୍ରୋନରୁ ୫ କେଜି ଆଇଇଡି ଜବତ ହୋଇଛି । ଭାରତୀୟ ସୀମାର ପାଖାପାଖି ୮ କିଲୋମିଟର ଭିତରକୁ ଡ୍ରୋନ୍ ପଶି ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2021/07/8-19.jpg)