ଜମ୍ମୁକଶ୍ମୀରରେ ଏନକାଉଂଟର: ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ ଆତଙ୍କବାଦୀ ନିହତ । ଅନ୍ୟ ଆତଙ୍କବାଦୀଙ୍କୁ ଧରିବାକୁ ଅପରେସନ ଜାରି

23

କନକ ବ୍ୟୁରୋ: ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଶ୍ରୀନଗରର ଛଚ୍ଛାବଲରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନମୟ ଜାରି ରହିଛି । ଏନାକାଉଂଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଛତାବଲ ଅଂଚଳର ଏକ ଘରେ ୨ ଆତଙ୍କବାଦୀ ଲୁଚି ଥିବା ଗୋଇନ୍ଦା ସୂଚନା ପାଇ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ ।

ସୂଚନା ମୁତାବକ, ଆଜି ଭୋର ସାଢେ ୪ଟା ବେଳେ ଜମ୍ମୁକଶ୍ମୀର ପୋଲିସ ଓ ସିଆରପିଏଫ ଯବାନ ଛତାବଲ ଅଂଚଳକୁ ଘେରାବନ୍ଦୀ କରିଥିଲେ । ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ କରିଥିଲେ ଆତଙ୍କବାଦୀ । ତୁରନ୍ତ ସୁରକ୍ଷକର୍ମୀ ପାଲଟା ଆକ୍ରମଣ କରିଥିଲେ । ତେବେ ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଅନ୍ୟଜଣେ ଆତଙ୍କବାଦୀକୁ ଜୀବିତ କିମ୍ବା ମୃତ ଧରିବା ପାଇଁ ସୁରକ୍ଷା କର୍ମୀଙ୍କ ଉଦ୍ୟମ କରୁଛନ୍ତି ।