ଜମ୍ମୁ କାଶ୍ମୀର ପୁଣି ଦେଖାଗଲା ୩ ସନ୍ଦିଗ୍ଧ ଡ୍ରୋନ : ୨ଟି ସେନା ଶିବିର ଓ ସାମ୍ବା ସେକ୍ଟରରେ ଉଡିଲା ବେଳେ ଘଉଡାଇଲା ବିଏସଏଫ

82

କନକ ବ୍ୟୁରୋ : ଜମ୍ମୁର ବିଭିନ୍ନ ସ୍ଥାନରେ ପୁଣି ଦେଖାଗଲା ସନ୍ଦିଗ୍ଧ ଡ୍ରୋନ୍ । ସୂଚନା ଅନୁସାରେ ଜମ୍ମୁର ତିନିଟି ଅଲଗା ଅଲଗା କ୍ଷେତ୍ରରେ ସନ୍ଦିଗ୍ଧ ଡ୍ରୋନ୍ ଦେଖାଯାଇଛି । ରାତି ୮ଟା ୩୦ ଓ ରାତି ୯ଟା ୩୦ରେ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା । ସେଥିରୁ ଦୁଇଟି ଡ୍ରୋନ୍ ଆର୍ମି କ୍ୟାମ୍ପ ଓ ଆଇଟିବିପି କ୍ୟାମ୍ପ ନିକଟରେ ଉଡୁଥିବାବେଳେ ଆଉ ଏକ ଡ୍ରୋନ୍ ସାମ୍ବା ସେକ୍ଟରରେ ଦେଖିବାକୁ ମିଳିଥିଲା । ସୀମା ସୁରକ୍ଷା ବଳ ଗୁଳି ମାଡ କରିବା ପରେ ଡ୍ରୋନ୍ ଗୁଡିକ ଛତ୍ରଭଙ୍ଗ ଦେଇଥିଲେ ।

ଏହା ପୂର୍ବରୁ ଜୁଲାଇ ୨୩ରେ ଜମ୍ମୁ ଜିଲ୍ଲାର ସୀମାବର୍ତି ଅଂଚଳର ପାଂଚ କିଲୋଗ୍ରାମ ଓଜନର ବିସ୍ଫୋଟକ ବୋହି ନେଉଥିବା ଏକ ଡ୍ରୋନ୍କୁ ଗୁଳି ମାରି ଖସାଇ ଦେଇଥିଲା ଜମ୍ମୁକାଶ୍ମୀର ପୁଲିସ । ଏହି ଡ୍ରୋନ୍ ଛଅ ଚକା ବିଶିଷ୍ଠ ହୋଇଥିବାବେଳେ ହେକ୍ଜା- ଏମ – କପ୍ଟର ଥିଲା । ଯେଉଁଥିରେ ଜିପିଏସ ତଥା ଉଡାଣକୁ ନିୟନ୍ତ୍ରିତ କରିବା ପାଇଁ ଉପକରଣ ଥିଲା ।ଏହା ପୂର୍ବରୁ ଜମ୍ମୁ ବାୟସେନା ଷ୍ଟେସନ ଉପରେ ଡ୍ରୋନ୍ ସହାୟତାରେ ହୋଇଥିଲା ଆକ୍ରମଣ । ପାକିସ୍ତାନ ଆତଙ୍କବାଦୀ ସୀମାରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଏଭଳି କରୁଥିବା ଜଣାପଡିଥିଲା ।