କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରରେ ପୁଣି ଥରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସୋମବାର ଦ୍ୱିପ୍ରହରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାବାହିନୀ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରିରଖିଛି । ଉଭୟ ପକ୍ଷରୁ ଗୁଳିବିନିମୟ ଜାରିରହିଥିବା ସୂଚନା ମିଳିଛି ।
ଜାମ୍ମୁକାଶ୍ମୀରର ସୋପିଆନ ଜିଲ୍ଲାର ହେଫ ସିରମଲ ଅଞ୍ଚଳରେ ଏହି ଗୁଳିବିନିମୟ ହେଉଛି । ପୋଲିସକୁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ଏହି ଅଞ୍ଚଳରେ କିଛି ଆତଙ୍କୀ ଗତିବିଧି ଜାରିରହିଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ସେହି ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଉଭୟ ପଟରୁ ଗୁଳିବିନିମୟ ପରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/Capture-2-3.jpg)