ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ କରିବାର ପରିସ୍ଥିତି ଉପୁଜିଛି । ଏନେଇ ଖୋଦ୍ ପାକିସ୍ତାନ ତରଫରୁ କଥିତ ଉପାୟରେ ଭାରତକୁ ସୂଚନା ଦେବା ପରେ ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳଙ୍କୁ ହାଇଆଲର୍ଟରେ ରଖାଯାଇଛି । ଏକ ଖବରକାଗଜ ମୁତାବକ ଅବନ୍ତିପୋରା ପାଖରେ ଥିବା ଏକ ବାହନରେ ବିସ୍ଫୋଟକର ବ୍ୟବହାର କରି ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ କରାଯିବାର ଚେତାବନୀ ଦିଆଯାଇଛି । ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ , ପାକିସ୍ତାନ ଆମେରିକାକୁ ମଧ୍ୟ ଏନେଇ ଅବଗତ କରାଇଛି । ସେ କହିଛନ୍ତି ଯେ ଗତମାସରେ ତ୍ରାଲରେ ଏକ ଅପରେସନ୍ ରେ ନିହତ ହୋଇଥିବା ଆତଙ୍କବାଦୀ ଜାକିର୍ ମୁସାର ମୃତ୍ୟୁର ପ୍ରତିଶୋଧ ନେବାପାଇଁ ଆକ୍ରମଣର ଯୋଜନା ପ୍ରସ୍ତୁତ କରାଯାଉଛି ।

Advertisment

publive-image

ରିପୋର୍ଟରେ କୁହାଯାଇଛି ଯେ ମୁସା ମେ ୨୦୧୭ରେ ମୁଜାହିଦ୍ଦିନରୁ ଅଲଗା ହେବାପରେ କାଶ୍ମୀରରେ ଅଂସାର ଗଜାବତ୍-ଉଲ୍-ହିନ୍ଦ୍ ନାମରେ ଅଲ୍ –କାଏଦାର ସହଯୋଗୀ ସମୁହ ଆରମ୍ଭ କରି ତାହାର ନେତୃତ୍ୱ କରୁଥିଲା । ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ ପାକିସ୍ତାନ ଏଥିପାଇଁ ଏହି ଖବରକୁ ଭାରତ ଏବଂ ଆମେରିକାକୁ କହିବା ପାଇଁ ପ୍ରୟାସ କଲା କାରଣ ପରେ ଯଦି ଆକ୍ରମଣ ହୁଏ ତେବେ ତାଙ୍କ ଉପରକୁ କୌଣସି ଅଭିଯୋଗ ଯେମିତି ନ ଆସିବ ।