କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ସେମାନଙ୍କ ଅନୁପ୍ରବେଶକୁ ଅଟକାଇଛି । ଏଥିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ଫଳରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।
ସୂଚନା ମୁତାବକ ନିୟନ୍ତ୍ରଣ ରେଖା ନିକଟ କୁପୱାଡା ଜିଲ୍ଲାର ମଛଲୀ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨ଜଣ ଆତଙ୍କବାଦୀଙ୍କୁ ସେନା ଗୁଳିକରି ମାରିଛି । ଏହାସହ ଆଉକିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସନ୍ଦେହ କରି ସେନା ତାର ସର୍ଚ୍ଚ ଅପରେସନ ଜାରି ରଖିଛି । ମୃତ ଆତଙ୍କବାଦୀଙ୍କ ଠାରୁ ଦୁଇଟି ଏକେ ରାଇଫଲ, ୪ଟି ଏକେ ମ୍ୟାଗଜିନ, ୯୦ ରାଉଣ୍ଡ ଗୁଳି ,ଏକ ପାକିସ୍ତାନୀ ପିସ୍ତଲ. ଏକ ପାଉଚ ଓ ୨୧ଶହ ଟଙ୍କାର ପାକିସ୍ତାନୀ ମୁଦ୍ରା ଜବତ କରିଛି ।
J&K | Based on intelligence input provided by Kupwara Police, in a joint operation carried out by the Army and Police in Kumkadi area of Machal sector, 2 infiltrating terrorists have been killed so far. The operation is still in progress: Kupwara Police pic.twitter.com/KanSk4dGT6
— ANI (@ANI) September 30, 2023
ଜାମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଗୁରୁବାର ଦିନ କହିଥିଲେ କି ସୀମା ରାସ୍ତାଦେଇ ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ ରୋକିବାକୁ ସେନା ତରଫରୁ ଅପରେସନ ଆରମ୍ଭ କରାଯାଇଛି । ଏହାସହ ସେ କହିଥିଲେ କି ଜାମ୍ମୁ-କାଶ୍ମୀରବାସୀ ଶାନ୍ତି ଚାହୁଁଛନ୍ତି ଓ ପାକିସ୍ତାନର ଅପରାଧୀକ ମୁର୍ଖତାପୂର୍ଣ୍ଣ କାର୍ଯ୍ୟକୁ କାଶ୍ମୀରବାସୀ ଜାଣିସାରିଛନ୍ତି ।