କନକ ବ୍ୟୁରୋ: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ କେବେ ହେବ ସେ ନେଇ ଆଜି ଦ୍ୱିପହର ୩ଟା ସମୟରେ ଘୋଷଣା କରିବେ ମୁଖ୍ୟ ନିର୍ବାନ କମିଶନର । ଜମ୍ମୁ କାଶ୍ମୀର ସହ ୪ଟି ରାଜ୍ୟରେ ହେବାକୁ ଥିବା ୪ଟି ରାଜ୍ୟର ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ ।
ନଭେମ୍ବର ୩ ତାରିଖରେ ହରିୟାଣାର ଏବଂ ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ରର ଏବଂ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ ୫ ତାରିଖରେ ଶେଷ ହେବ । ତେଣୁ ଏସବୁ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ । ଏହାସହ ଜମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଶେଷ କରାଇବାକୁ ଯୋଜନା କରିଛନ୍ତି ନିର୍ବାଚନ କମିଶନ । ସୁପ୍ରିମକୋର୍ଟ ମଧ୍ୟ ଏହି ସମୟ ସୀମାକୁ ଧାର୍ଯ୍ୟ କରିଥିବା ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/21-14.jpg)