ସେନା ଗୁଳିରେ ଟଳିଲେ ୩ ଆତଙ୍କୀ… ସର୍ଚ୍ଚ ଅପରେସନ୍ ଜାରୀ

80

କନକ ବ୍ୟୁରୋ : ଜମ୍ମୁକାଶ୍ମୀର କୁଲଗ୍ରାମରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ । କୁଲଗ୍ରାମରେ ୨ଜଣ ନିହତ ହୋଇଥିବା ବେଳେ ଶ୍ରୀନଗରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ତେବେ କୁଲଗ୍ରାମରେ ନିହତ ହୋଇଥିବା ଦୁଇ ଆତଙ୍କୀ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ବୋଲି ଜଣାପଡିଛି ।
ଜମ୍ମୁକାଶ୍ମୀରର ପୁଲିସର କହିବା ଅନୁସାରେ, ଚବଲଗାମରେ ଆତଙ୍କବାଦୀ ଲୁଚିଥିବା ଗୁପ୍ତ ସୂଚନା ମିଳିଥିଲା । ଖବର ପାଇ ସେନା ସର୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ସର୍ଚ୍ଚ ଅପରେସନ ବେଳେ ସେନା ଉପରକୁ ପ୍ରଥମେ ଗୁଳିମାଡ କରିଥିଲେ ଆତଙ୍କୀ । ଏହାର ଯବାବରେ ସେନା ପକ୍ଷରୁବି ଗୁଳିମାଡ କରାଯାଇଥିଲା । ସେନା ଗୁଳିରେ ୩ଜଣ ଆତଙ୍କବାଦୀ ନିପାତ ହେବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି ।