କନକ ବ୍ୟୁରୋ : ଜମ୍ମୁ କଶ୍ମୀରକୁ ଗତ ସପ୍ତାହରେ ୧୦ ହଜାର ଅର୍ଦ୍ଧସାମରିକ ବାହିନୀ ଯବାନ ପଠାଯାଇଥିବା ବେଳେ ପୁଣି ଥରେ ଆଉ ୨୫ ହଜାର ଯବାନ ପହଞ୍ଚିଛନ୍ତି। ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଏବଂ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ବିଶାଳ ଅପରେସନ ଚାଲିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ନେତୃତ୍ବରେ ନ୍ୟାସନାଲ କନଫରେନ୍ସର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

Advertisment

publive-image ଫାରୁକ୍ ଅବଦୁଲ୍ଲାଙ୍କ ସହ ତାଙ୍କ ପୁଅ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଏନ୍ସି ନେତା ହନସେନ୍ ମାସୁଦି ମଧ୍ୟ ଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଶେଷ କରିବା ଏବଂ ଧାରା ୩୫ ଏ ଉଚ୍ଛେଦ ନେଇ ଏବେ ରାଜ୍ୟରେ ଯେଉଁ ଅନିଶ୍ଚିତତା ଲାଗି ରହିଛି ସେ ସମ୍ପର୍କରେ ସେମାନେ ମୋଦୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଏବେ ୩୫-ଏ ଉଚ୍ଛେଦ ଆଶଙ୍କା ନେଇ ଅସ୍ବାଭାବିକ ସ୍ଥିତି ଉପୁଜିଛି। କଶ୍ମୀରରେ ଅଧିକ ସୈନ୍ୟ ମୁତୟନ ନେଇ ଯେଉଁ ଉତ୍ତେଜନା ଲାଗି ରହିଛି ସେ ସମ୍ପର୍କରେ ମଧ୍ୟ ଆମେ ଅଧିକ ଆଲୋଚନା କରିବୁ ବୋଲି ଓମାର୍ ଅବଦୁଲ୍ଲା କହିଛନ୍ତି।