ଜମ୍ମୁକଶ୍ମୀରର ନୌଗାମ ସେକ୍ଟରରେ ସିଆଇଏସଏଫ ଯବାନଙ୍କୁ ଉପରେ ଗ୍ରେନେଡ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସିଆଇଏସଏଫର ଜଣେ ଏଏସଆଇ ରାଜେଶ କୁମାର ଶହୀଦ୍ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ନୌଗାମର ୱାଗୁରାରେ ପାୱାର ଗ୍ରୀଡ୍କୁ ସୁରକ୍ଷା ଦେଉଥିବା ସିଆଇଏସଏଫ ଯବାନଙ୍କ ଉପରକୁ ଗ୍ରେନେଡ୍ ମାଡ କରିଛନ୍ତି ଆତଙ୍କବାଦୀ ।
ବୁଧବାର ୭ଜଣ ଆତଙ୍କବାଦୀଙ୍କୁ ସେନା ଏନକାଉଁଟର କରି ନିପାତ କରିବା ପରେ ଆକ୍ରମଣାତ୍ମକ ମୁଡରେ ଅଛନ୍ତି ଆତଙ୍କୀ ସଂଗଠନ । ଗୁରୁବାର ତ୍ରାଲ ସେକ୍ଟରର ରାଷ୍ଟ୍ରୀୟ ରାଇଫଲର ୪୨ ନମ୍ବର କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା । ଏଥିପାଇଁ ଆତଙ୍କୀ ସଂଗଠନ ଜୈସ-ଏ- ମହମ୍ମଦ ନିଜକୁ ଦାୟୀ କରିଥିଲା । ଏହି ଆକ୍ରମଣ ପରେ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି ସେନା ମୁଖ୍ୟ ବିପିନ୍ ରାୱତ୍ । ସେ କହିଛନ୍ତି ପାକିସ୍ତାନ ଅନୁପ୍ରବେଶ ରୋକୁ ନଚେତ୍ ଜବାବ ଦେବ ଭାରତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/jem759.jpg)
/kanak/media/post_attachments/wp-content/uploads/2018/10/27_10_2018-grenadeattack_18577854-300x168.jpg)