ନାଗରିକତା ବିଲକୁ ନେଇ ଜାମିଆ-ଏମୟୁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ , ଉତ୍ତରପ୍ରଦେଶର ୬ ଟି ଜିଲ୍ଲାରେ ୧୪୪ ଧାରା ଲାଗୁ,କ୍ୟାମ୍ପସ ୫ ଜାନୁଆରୀ ଯାଏଁ ଛୁଟି ଘୋଷିତ

164

ଦିଲ୍ଲୀର ଜାମିଆ ନଗରଠାରେ ରବିବାର ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ଉଗ୍ର ହେବାରୁ ଦିଲ୍ଲୀ ପୋଲିସ ଓ ଛାତ୍ରୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଜାମିଆ ଅଞ୍ଚଳରେ ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମିଆ କ୍ୟାମ୍ପସ ସହିତ ଏଏମୟୁ କ୍ୟାମ୍ପସକୁ ୫ ଜାନୁଆରୀ ଯାଏଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । 

ସୂଚନାନୁସାରେ, ଗତକାଲି ଘଟଣାରେ ପ୍ରାୟ ୫୦ ଜଣ ଛାତ୍ରୀଙ୍କୁ ପୋଲିସ ଧରି ନେଇ ଥାନାରେ ପ୍ରାୟ ଛଅ ଘଣ୍ଟା ଅଟକ ରଖଥିôଲା । କେବଳ ସେତିକି ନୁହେଁ ପରିସ୍ଥିତି ଏଭଳି ଭୟଙ୍କର ହୋଇଥିଲା କି, ଜାମିଆ ମିଲିଆ ଇସଲାମିଆର ଛାତ୍ର କୁହାଯାଉଥିବା ପ୍ରତିବାଦକାରୀମାନେ ରବିବାର ଦିନ ତିନୋଟି ବସ ପୋଡି ଦେଇଥିଲେ । ଦମକଳ ଗାଡି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ମୋଟ ୬ ଜଣ ପୋଲିସ ଓ ଦୁଇଟି ଅଗ୍ନିଶମ ସେବା କର୍ମଚାରୀ ଆହତ ହୋଇଥିଲେ । ଏଥି ସହିତ ପ୍ରତିବାଦ ଶେଷ କରିବାକୁ ଦିଲ୍ଲୀ ପୋଲିସ ପ୍ରତିବାଦକାରୀମାନଙ୍କୁ ନିବେଦନ କରିବା ସହ କହିଥିଲେ କି, ପ୍ରତିବାଦକାରୀମାନଙ୍କୁ ସେମାନଙ୍କ ରହଣି ସ୍ଥାନରେ ଛାଡି ଦେବାକୁ ବ୍ୟବସ୍ଥା କରାଯାଇଛି । 

ସେହିଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ମିରଠ , ବୁଲନ୍ଦସହର, କାମଗଞ୍ଜ, ବାଗପଥ, ସହାରନପୁର ଏବଂ ବରେଲୀରେ ୧୪୪ ଧାରା ଜାରି କରାଯାଇଛି । ଜାମିଆ ଛାତ୍ର ଓ ପୋଲିସ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପରେ ଦିଲ୍ଲୀରେ ଟ୍ରାଫିକ୍ ପୋଲିସ ସରୀତା ବିହାରରୁ କାଳନ୍ଦୀ କୁଞ୍ଜ ଯାଏଁ ଟ୍ରାଫିକ ସେବା ବନ୍ଦ ରଖିଛି ।