ଦିଲ୍ଲୀର ଜାମିଆ ନଗରଠାରେ ରବିବାର ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ଉଗ୍ର ହେବାରୁ ଦିଲ୍ଲୀ ପୋଲିସ ଓ ଛାତ୍ରୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଜାମିଆ ଅଞ୍ଚଳରେ ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମିଆ କ୍ୟାମ୍ପସ ସହିତ ଏଏମୟୁ କ୍ୟାମ୍ପସକୁ ୫ ଜାନୁଆରୀ ଯାଏଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । /kanak/media/post_attachments/wp-content/uploads/2019/12/JamiaProtest-300x200.jpg)
ସୂଚନାନୁସାରେ, ଗତକାଲି ଘଟଣାରେ ପ୍ରାୟ ୫୦ ଜଣ ଛାତ୍ରୀଙ୍କୁ ପୋଲିସ ଧରି ନେଇ ଥାନାରେ ପ୍ରାୟ ଛଅ ଘଣ୍ଟା ଅଟକ ରଖଥିôଲା । କେବଳ ସେତିକି ନୁହେଁ ପରିସ୍ଥିତି ଏଭଳି ଭୟଙ୍କର ହୋଇଥିଲା କି, ଜାମିଆ ମିଲିଆ ଇସଲାମିଆର ଛାତ୍ର କୁହାଯାଉଥିବା ପ୍ରତିବାଦକାରୀମାନେ ରବିବାର ଦିନ ତିନୋଟି ବସ ପୋଡି ଦେଇଥିଲେ । ଦମକଳ ଗାଡି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ମୋଟ ୬ ଜଣ ପୋଲିସ ଓ ଦୁଇଟି ଅଗ୍ନିଶମ ସେବା କର୍ମଚାରୀ ଆହତ ହୋଇଥିଲେ । ଏଥି ସହିତ ପ୍ରତିବାଦ ଶେଷ କରିବାକୁ ଦିଲ୍ଲୀ ପୋଲିସ ପ୍ରତିବାଦକାରୀମାନଙ୍କୁ ନିବେଦନ କରିବା ସହ କହିଥିଲେ କି, ପ୍ରତିବାଦକାରୀମାନଙ୍କୁ ସେମାନଙ୍କ ରହଣି ସ୍ଥାନରେ ଛାଡି ଦେବାକୁ ବ୍ୟବସ୍ଥା କରାଯାଇଛି । /kanak/media/post_attachments/wp-content/uploads/2019/12/citizenship-bill-protests-pti_0_0-300x169.jpeg)
ସେହିଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ମିରଠ , ବୁଲନ୍ଦସହର, କାମଗଞ୍ଜ, ବାଗପଥ, ସହାରନପୁର ଏବଂ ବରେଲୀରେ ୧୪୪ ଧାରା ଜାରି କରାଯାଇଛି । ଜାମିଆ ଛାତ୍ର ଓ ପୋଲିସ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପରେ ଦିଲ୍ଲୀରେ ଟ୍ରାଫିକ୍ ପୋଲିସ ସରୀତା ବିହାରରୁ କାଳନ୍ଦୀ କୁଞ୍ଜ ଯାଏଁ ଟ୍ରାଫିକ ସେବା ବନ୍ଦ ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/jawaharlal-portraits-solidarity-headquarters-hindustan-university-students_bb3c9eb4-1f77-11ea-bfdc-71fa74a30dfe.jpg)