କନକ ବ୍ୟୁରୋ: ପାକିସ୍ତାନ ସୁପର ଲିଗକୁ ଅଧାରୁ ଛାଡିଲେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜେମ୍ସ ଫକନର । ତାଙ୍କୁ ଖେଳିବା ନେଇ ପ୍ରାପ୍ୟ ନମିଳିବା କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କ ସହିତ ହୋଇଥିବା ଚୁକ୍ତିକୁ ସମ୍ମାନ ଜଣାଇନାହିଁ ଓ ଲଗାତାର ତାଙ୍କୁ ମିଛି କହିଛି ବୋଲି ଜେମ୍ସ ଫକନର କହିଛନ୍ତି ।

Advertisment

ତେବେ ଜେମସ୍ ଫକନର ପାକିସ୍ତାନ ସୁପର ଲିଗର ଅଂଶ ଥିଲେ । ହେଲେ ଗତ ୩ଟି ମ୍ୟାଚରେ ସେ ଖେଳିନଥିଲେ । ତେବେ ପିଏସଏଲରେ ସେ ମୋଟ ୬ଟି ମ୍ୟାଚ୍ ଖେଳି ୬ଟି ୱିକେଟ୍ ନେଇଥିଲେ । ଆଉ ଏହି ସମୟରେ ପ୍ରାପ୍ୟ ନମିଳିବା କାରଣରୁ ସେ ଅଧାରୁ ପିଏସଏଲ୍ ଛାଡି ନିଜ ଦେଶକୁ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ନିଜେ ଟୁଇଟ୍ କରି ମଧ୍ୟ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ପାକିସ୍ତାନ କ୍ରିକେଟ୍ ଫ୍ୟାନ୍ସଙ୍କୁ ମୁଁ କ୍ଷମା ପ୍ରାର୍ଥନା କରୁଛି । ହେଲେ ଦୁର୍ଭାଗ୍ୟର କଥା ପିସିବି ମୋ ପ୍ରାପ୍ୟ ଠିକ୍ ଭାବେ ପ୍ରଦାନ କରିନି । ତେଣୁ ମୋତେ ପାକିସ୍ତାନ ସୁପର ଲିଗରୁ ହଟିବାକୁ ପଡିଲା ଓ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ଛାଡିବାକୁ ପଡିଲା । ପିସିବି ମୋତେ ଲଗାତାର ମିଛ କହିଛି । ହେଲେ ମୋତେ ଖରାପ ଲାଗୁଛି ।

ଜେମସ୍ ଫକନରଙ୍କ ଟ୍ୱିଟ୍ ସାମ୍ନାକୁ ଆସିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏନେଇ ଏକ ବୟାନ ଜାରି କରିଛି । ଫକନରଙ୍କ ଏଭଳି ଆରୋପକୁ ପିସିବି ଭୁଲ ବୋଲି କହିଛି । ତେବେ ଏନେଇ ଖୁବଶୀଘ୍ର ବିସ୍ତୃତ ବିବରଣୀ ଜାରିି କରାଯିବ ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ କୁହାଯାଇଛି ।