‘ଜେମ୍ସ ବଣ୍ଡ’ର ଅଭିନେତା ସିଏନ କୋନେରୀଙ୍କ ବିୟୋଗ । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ‘ଜେମ୍ସ ବଣ୍ଡ’ ଚରିତ୍ରରେ ଅଭିନୟ କରି ହୋଇଥିଲେ ଲୋକପ୍ରିୟ

66

କନକ ବ୍ୟୁରୋ : ‘ଜେମ୍ସ ବଣ୍ଡ’ର ଅଭିନେତା ସିଏନ କୋନେରୀଙ୍କ ବିୟୋଗ । ୯୦ ବର୍ଷ ବୟସରେ ଆଖିବୁଜିଲେ ସିଏନ କୋନେରୀ । ‘ଜେମ୍ସ ବଣ୍ଡ’ ଚରିତ୍ରରେ ଅଭିନୟ କରି ହୋଇଥିଲେ ଲୋକପ୍ରିୟ । ତାଙ୍କ ମୃତ୍ୟୁରେ ହଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ସ୍କଟଲାଣ୍ଡର ଏହି ଅଭିନେତା ହଲିଉଡରେ ଅନେକ ସଫଳତା ହାସଲ କରିଛନ୍ତି । ଓସ୍କାର, ତିନେଟି ଗୋଲ୍ଡେନ ଗ୍ଲୋବସ ଓ ବଫିତା ପୁରସ୍କାର ଜିତିଛନ୍ତି । ଏହାସହ ସେ ‘ଜେମ୍ସ ବଣ୍ଡ’ ଚଳଚ୍ଚିତ୍ରରେ ଅଭିନୟ କରି ବେଳ ଲୋକପ୍ରିୟ ହୋଇଥିଲେ ।