କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ବିଦ୍ୟା ବଲାନ ଓ ଶେଫାଳି ସାହାଙ୍କ ଅଭିନୀତ ଫିଲ୍ମ ‘ଜଲସା’ ର ଟ୍ରେଲର ରିିଲିଜ ହୋଇଛି । ଥ୍ରିଲର ଓ ସସପେଂସ ଭରା ଏହି ଟ୍ରେଲରଟି ଦଶର୍କଙ୍କୁ ବେସ ପସନ୍ଦ ଆସିଛି । ଟ୍ରେଲର ଟି ରିଲିଜ ହେବାର ଗୋଟିଏ ଘଂଟା ମଧ୍ୟରେ ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ରୋଡ ଆକ୍ସିଡେଂଟ ର ମୃତ୍ୟୁ ହୋଇଥିବା ଏକ ୧୮ ବର୍ଷିୟ ଝିଅର କାହାଣୀକୁ ନେଇ ଫିଲଟି ଆଧାରିତ । ଯେଉଁଥିରେ ବିଦ୍ୟାବଲାନ ଏକ ସାମ୍ବାଦିକା ଚରିତ୍ରରେ ନଜର ଆସିବେ ।
ସେହିପରି ଜଣେ ମାଁ ଭୁମିକାରେ ନଜର ଆସିବେ ଅଭିନେତ୍ରୀ ଶେଫାଳି ସାହା । ଫିଲ୍ମର ପ୍ରୟୋଜନା ଭୁଷଣ କୁମାର ଓ କ୍ରିଶନ କୁମାର କରିଥିବା ବେଳେ ନିର୍ଦ୍ଧେଶନା ଭାର ତୁଳାଇଛନ୍ତି ସୁରେଶ ତ୍ରିବେଣୀ । ବିଦ୍ୟା ବଲାନ, ଶେଫାଳି ସାହାଙ୍କ ସମେତ ବିକ୍ରମ ମଲହୋତ୍ରା, ଇକବାଲ ଖାନ, ମାନବ କୋଲ ଆଦି ଅଭିନେତା ମଧ୍ୟ ପ୍ରମୁଖ ଭୁମିକାରେ ନଜର ଆସିବେ । ଫିଲ୍ମ ଜଲସା ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ପ୍ରମୁଖ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହେବାକୁ ଯାଉଛି । ଭାରତ ସମେତ ଅନ୍ୟ ୨୪୦ ଦେଶରେ ମଧ୍ୟ ରିଲିଜ ହେବ ଫିଲ୍ମ ଜଲସା ।