ଭର୍ଚୁଆଲ୍ ମୋଡରେ ଲୋକାର୍ପିତ ହେଲା ପଞ୍ଜାବ ଅମୃତସରର ଜାଲିଆନାୱାଲା ବାଗ୍ କମ୍ପେ୍ଲକ୍ସ : ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

74

କନକ ବ୍ୟୁରୋ : ପଞ୍ଜାବ ଅମୃତସରରେ ଜାଲିଆନାୱାଲା ବାଗ୍ କମ୍ପେ୍ଲକ୍ସକୁ ଭର୍ଚୁଆଲ୍ ମୋଡରେ ଲୋକାର୍ପିତ କରିଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କଂପ୍ଲେକ୍ସର ନବୀକରଣ କରାଯାଇଛି । ସ୍ମାରକୀ ସ୍ଥଳକୁ ବିକଶିତ କରାଯିବା ସହ ନୂଆ ଗ୍ୟାଲେରୀ ମଧ୍ୟ କରାଯାଇଛି । ଜାଲିଆନାୱାଲା ବାଗ୍ ମେମୋରିଆଲ୍ ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡି, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସମେତ ଜାଲିଆନାୱାଲା ବାଗ ଗୁଳିକାଣ୍ଡରେ ସହିଦ ହୋଇଥିବା ପରିବାର ସଦସ୍ୟ ମଧ୍ୟ ଏହି ଲୋକର୍ପଣ ଉତ୍ସବରେ ସାମିଲ ହୋଇଥିଲେ । ସହିଦଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏପ୍ରିଲ ୧୩ ତାରିଖ ୧୯୬୧ ମସିହାରେ ଏହି ସ୍ମାରକୀକୁ ତକ୍ରାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଥମେ ଉନ୍ମୋଚନ କରିଥିଲେ । ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଜାଲିଆନାୱାଲା ବାଗ୍ ଗଣହତ୍ୟା ହୋଇଥିଲା । ବ୍ରିଟିଶ ସେନା ଅଧିକାରୀ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ ହୋଇଥିଲା ଗୁଳିକାଣ୍ଡ । ବ୍ରିଟିଶ ସରକାରଙ୍କ ବିରୋଧରେ ପ୍ରତିବାଦ କରିବା ପାଇଁ ଏକାଠି ହୋଇଥିଲେ ଶହ ଶହ ସାଧାରଣ ଜନତା । ଡାୟାରଙ୍କ ନିର୍ଦ୍ଦେଶରେ ଭିଡ଼ ଉପରେ ହୋଇଥିଲା ଗଳିମାଡ଼ । ଏହି ଘଟଣା ଦେଶର ସ୍ୱାଧୀନତା ସଂଗ୍ରାମର ମୋଡ ବଦଳାଇ ଦେଇଥିଲା । ଏହାକୁ ମନେ ପକାଇବା ପାଇଁ ସ୍ମାରକୀ ସ୍ଥଳରେ ପ୍ରତିଦିନ ୨୮ ମିନିଟର ସାଉଣ୍ଡ-ଲାଇଟ୍ ସୋ’ ଜରିଆରେ ପୂରା ଘଟଣାକୁ ଦେଖାଯିବା ବ୍ୟବସ୍ଥା ହୋଇଛି । ଏହି ସ୍ଥାନକୁ ବୁଲି ଆସୁଥିବା ଲୋକେ କିପରି ନିରବରେ ବସି ରହି ସହିଦଙ୍କୁ ସମ୍ମାନ ଜଣାଇବେ, ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।