ଜଳେଶ୍ୱରରେ କାହାର ହେବ ଜୟ? ମୈଦାନରେ ୩ ଦଳର ତୁଙ୍ଗ ନେତା, କାହାକୁ ଭରସିବେ ଜନତା

119

କନକ ବ୍ୟୁରୋ: ଜଳେଶ୍ୱର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଜଳେଶ୍ୱର (ବି), ଜଳେଶ୍ୱର ବ୍ଳକ ଓ ବସ୍ତା ବ୍ଳକର ବ୍ଳକର କିଛି ଅଂଶ । ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସନ୍ନ ଚାନ୍ଦଙ୍କ ଠାରୁ ୩୩୮୬୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ଗତ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ଚଣ୍ଡ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅଶ୍ୱିନି କୁମାର ପାତ୍ରଙ୍କଠାରୁ ପ୍ରାୟ ୬,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୩ ହଜାର ୨୩୫
– ମତ ଦେଇଥିଲେ – ୧ ଲକ୍ଷ ୬୪ ହଜାର ୮୦୭
– ଭୋଟଦାନ ହାର – ୭୭.୨୯%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ଅଶ୍ୱିନୀ କୁମାର ପାତ୍ର ବିଜେଡି ୮୬,୦୮୪ ୫୨.୨୩% ବିଜୟୀ
ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ୫୨,୨୨୪ ୩୧.୬୯% ପରାସ୍ତ
ଅରୁଣ କୁମାର ବେଜ ବିଜେପି ୧୩,୪୬୫ ୮.୧୭% ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ଅଶ୍ୱିନୀ କୁମାର ପାତ୍ର ନିର୍ବାଚନ ଜିତିଥିଲେ
– ୮୬ ହଜାର ୮୪ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସନ୍ନ ଚାନ୍ଦଙ୍କୁ ପରାସ୍ତ କରିଥିଲେ
– ୩୩ ହଜାର ୮୬୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ଅଶ୍ୱିନୀ କୁମାର ପାତ୍ର
କଂଗ୍ରେସ: ସୁଦର୍ଶନ ଦାସ
ବିଜେପି: ଜୟନାରାୟଣ ମହାନ୍ତି

୨୦୧୯–ବିଜେଡି: ଅଶ୍ୱିନୀ କୁମାର ପାତ୍ର

– ୩ଥର ବିଧାୟକ
– ଜନତା ଦଳ- ବିଜେପି- ବିଜେଡିରେ ସାମିଲ
– ୧୯୯୦ରେ ଜନତା ଦଳରୁ ବିଧାୟକ
– ୨୦୦୪ରେ ବିଜେପିରୁ ବିଧାୟକ
– ୨୦୧୪ରେ ବିଜେଡିରୁ ବିଧାୟକ

୨୦୧୯– କଂଗ୍ରେସ: ସୁଦର୍ଶନ ଦାସ

– ସମାଜସେବୀ
– ବିଭିନ୍ନ ଜନ ଆନ୍ଦୋଳନ ସହ ସଂପୃକ୍ତ
– ୨୦୧୪ରେ ପରାଜିତ ( ସ୍ୱାଧୀନ ପ୍ରାର୍ଥୀ )
– ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ

୨୦୧୯–ବିଜେପି: ଜୟନାରାୟଣ ମହାନ୍ତି

– କଂଗ୍ରେସରୁ ୨ଥର ବିଧାୟକ (୧୯୯୫ ଏବଂ ୨୦୦୦)
– ୨୦୦୯ ଏବଂ ୨୦୧୪ରେ ବସ୍ତାରୁ ଲଢି ପରାଜିତ ( ଅଳ୍ପ ଭୋଟ୍ରେ )
– ୨୦୧୯ରେ ବିଜେପିରେ ସାମିଲ

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଜଳେଶ୍ୱର ବ୍ଳକ୍ ଏବଂ ବସ୍ତା ବ୍ଳକ୍ର ୧୧ଟି ପଂଚାୟତକୁ ନେଇ ଗଠିତ
– ବାଲେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ୧୯୫୧ରେ ନିର୍ବାଚନ ମଣ୍ଡଳୀ ଗଠିତ
– ଅଶ୍ୱିନୀ କୁମାର ପାତ୍ର ୩ଥର ବିଧାୟକ
– ସିପିଆଇରୁ ଗଦାଧର ଗିରି ୩ଥର ବିଧାୟକ ( ୧୯୭୪ରୁ ୧୯୮୦ )
– ପ୍ରସନ୍ନ କୁମାର ପାଲ ୪ଥର ବିଧାୟକ ( ୧୯୫୭ରୁ ୧୯୭୧ )