ପରିଚିତ ସ୍ୱାମୀ ପାଲଟିଲା ଅପରିଚିତ ରାକ୍ଷାସ ! ପ୍ରେମିକା ପାଇଁ ସ୍ତ୍ରୀକୁ ଜାଳିଦେଲା ଜିଅନ୍ତା

41

କନକ ବ୍ୟୁରୋ : ରକ୍ଷକ ସାଜିଲା ଭକ୍ଷକ । ପରିଚିତ ସ୍ୱାମୀ ସାଜିଲା ଅପରିଚିତ ରାକ୍ଷାସ । ଅଗ୍ନିକୁ ସାକ୍ଷୀ ରଖି ଯାହାର ହାତ ଧରିଥିଲା ସ୍ତ୍ରୀ ସେହି ସ୍ୱାମୀ ପାଲଟିଗଲା ସାତ ପର । ଆଉ ପ୍ରେମିକା ପାଇଁ ଜାଳିଦେଲା ଜିଅନ୍ତା । ଏଭଳି ଘଟଣା ଘଟିଛି ବାଲେଶ୍ୱର ଭୋଗରାଇ ବ୍ଲକ ଫୁଲବଣୀ ଗାଁରେ । ସୂଚନା ଅନୁସାରେ, ଫୁଲବଣୀ ଗାଁର ତପନ ଜେନା ୧୫ ବର୍ଷ ତଳେ କୃଷ୍ଣନଗର ଗାଁର ଗୌରୀ ବାଲାଙ୍କୁ ବିବାହ କରିଥିଲେ । ତାଙ୍କର ୨ ଝିଅ ମଧ୍ୟ ଅଛନ୍ତି । କିନ୍ତୁ ପାଖ ଗାଁର ଏକ ମହିଳାଙ୍କ ସହ ତପନଙ୍କ ପ୍ରେମ ସଂପର୍କ ରହିଥିଲା ।

ଏହା ଗୌରୀ ଜାଣିବା ପରେ ପ୍ରତିବାଦ କରିବାରୁ ଆରମ୍ଭ ହୋଇଯାଇଥିଲା ନିର୍ଯାତନା । ଏପରିକି ତପନଙ୍କୁ ତାଙ୍କ ପରିବାର ଲୋକ ସମର୍ଥନ କରିଥିଲେ । ତପନ ଓ ତାଙ୍କ ପରିବାର ଲୋକେ ଗୌରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ତାଙ୍କୁ କିରୋସିନ ଢାଳି ପୋଡିଦେଇଥିବା ଅଭିଯୋଗ ହୋଇଛି । ଗୌରୀ କଟକ ବଡ ମେଡିକାଲରେ ୨୮ ଦିନ ଚିକିତ୍ସିତ ହେବା ପରେ ଆଖିବୁଜିଛନ୍ତି । ଗୌରୀଙ୍କ ଭାଇ ଏନେଇ ଥାନାରେ ଅଭିଯୋଗ କଲା ପରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ଏହି ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।