ଘର ଛାଡ଼ି ଚାଲିଯାଇଛନ୍ତି କ୍ୟାନ୍ସର ପୀଡ଼ିତ । ଫେରିବା ବାଟକୁ ଚାହିଁ ରହିଛି ପରିବାର, ସହାୟତା ପାଇଁ ଅନୁରୋଧ କଲେ ଭଉଣୀ ।

246

କନକ ବ୍ୟୁରୋ : କ୍ୟାନସରରେ ପୀଡିତ ହେବା ପରେ ଘର ଛାଡି ଚାଲିଯାଇଛି ଏକ ମାତ୍ର ପୁଅ । ପରିବାର ନାଁରେ ଏକ ଚିଠି ଲେଖି ଘର ଛାଡିଦେବା ପରେ ସୋସିଆଲ ମିଡିଆରେ ଖୋଜୁଛି ପରିବାର । ବାଲେଶ୍ୱର ସରିସା ଗାଁର ଉତ୍ତମଙ୍କ ବାପା ରାଜକିଶୋର ନାମ୍ପୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ନିଖୋଜ ମାମଲା ରୁଜୁ କରି ରାଜ୍ୟର ବିଭିନ୍ନ ଥାନାକୁ ଉତ୍ତମଙ୍କ ଫଟୋ ପଠାଇଛି ।

ଘର ଛାଡ଼ି ଚାଲିଯାଇଛନ୍ତି କ୍ୟାନ୍ସର ପୀଡ଼ିତ । ସୋସିଆଲ ମିଡିଆରେ ଖୋଜୁଛି ପରିବାର । ଚିଠିରେ କ୍ୟାନସର ହୋଇଥିବା ଜଣାଇ ଉତ୍ତମ ନିଖୋଜ ହେବାକୁ ୫ ଦିନ ହେଲାଣି । କିଛି ଖବର ମିଳୁ ନାହିଁ । ସୋସିଆଲ ମିଡିଆର ସହାୟତା ନେଇ ଖୋଜିବାରେ ଲାଗିଛନ୍ତି ପରିବାର ଲୋକ । ଫେସବୁକରେ ଭଉଣୀ ମମତା ଏକ ପୋଷ୍ଟ କରି ଭାଇର ଠିକଣା ପାଇଲେ ଜଣାଇବାକୁ ଅନୁରୋଧ କରିଛନ୍ତି ।

ଉତମଙ୍କ ବାପା ରାଜକିଶୋର ନାମ୍ପୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ନିଖୋଜ ମାମଲା ରୁଜୁ କରି ରାଜ୍ୟର ବିଭିନ୍ନ ଥାନାକୁ ଉତ୍ତମଙ୍କ ଫଟୋ ପଠାଇଛି । ସେପଟେ ଘରେ କାନ୍ଦ ବୋବାଳି ପଡ଼ିଛି । ଘରେ ଚୁଲି ଜଳୁନି । ଉତ୍ତମଙ୍କ ବାଟକୁ ଅନାଇ ବସିଛନ୍ତି ପରିବାର ଲୋକ । ବିଭିନ୍ନ ସ୍ଥାନରେ ଖୋଜାଖାଜି କରିବା ସହ ଟେଲିଫୋନ ଯୋଗେ ଖବର ନେବାକୁ ଚେଷ୍ଟା କରୁଛନ୍ତି ।

ସରିସା ଗାଁର ଉତମ ପଣ୍ଡା ୨୩ ତାରିଖରୁ ନିଖୋଜ ଅଛନ୍ତି । ସେ ଘରେ ଛାଡ଼ିଯାଇଥିବା ଚିଠିରେ ଲେଖିଛନ୍ତି ଯେ, ତାଙ୍କୁ କ୍ୟାନସର ହୋଇଛି ଓ ଏବେ ଚତୁର୍ଥ ଷ୍ଟେଜରେ ଅଛି । ଚିକିତ୍ସାରେ ଆଉ ଭଲ ହେବ ନାହିଁ, ତେଣୁ ଘର ଛାଡ଼ି ଚାଲିଯାଉଛନ୍ତି ବୋଲି ଚିଠିରେ ଲେଖିଛନ୍ତି । ଏବେ ତାଙ୍କର ଦେଢ଼ବର୍ଷର ଝିଅ ବାପାଙ୍କୁ ଖାଜୁଥିବା ବେଳେ ସ୍ତ୍ରୀ ଉପାସନା ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ।

ଉତମ ହିମାଚଳ ପ୍ରଦେଶର ଏକ ଔଷଧ କମ୍ପାନୀରେ ଚାକିରି କରୁଥିବା ବେଳେ କିଛି ଦିନ ତଳେ ଛୁଟିରେ ଘରକୁ ଆସିଥିଲେ । ତେବେ ତାଙ୍କୁ କ୍ୟାନ୍ସର ହୋଇଥିବା ଜାଣିବା ପରେ ଘରେ କାହାକୁ କିଛି ନକହି କୁଆଡେ ଚାଲିଯାଇଛନ୍ତି । ତାଙ୍କ ସମ୍ପର୍କରେ କେହି କିଛି ଜାଣିଲେ ଏହି ମୋବାଇଲ୍ ନମ୍ବର ୬୩୭୦୦୩୦୭୭ ଜଣାଇବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।