ମହିଳାଙ୍କୁ ନୁହେଁ ପୁରୁଷଙ୍କ ସହ ହୋଇଛି ଗଣଦୁଷ୍କର୍ମ! ଅପହରଣ ପରେ ପୁରୁଷଙ୍କୁ ଗଣଦୁଷ୍ମର୍ମ କଲେ ୪ ମହିଳା

2,737

କନକ ବ୍ୟୁରୋ : ପଞ୍ଜାବ ଜଳନ୍ଧରୁ ଆସିଛି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଖବର । ଜଣେ ନୁହେଁ କି ଦୁଇ ଜଣ ନୁହେଁ ୪-୪ ଜଣ ଝିଅଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ପୁରୁଷ । ପ୍ରଥମେ ଅପହୃତ ହୋଇଛନ୍ତି ପରେ ଦୁଷ୍କର୍ମର ଶିକାର ହୋଇଛନ୍ତି ପୀଡିତ ଯୁବକ । ପୁରୁଷ ଜଣଙ୍କ ଗୋଟିଏ ଚମଡା କାରଖାନାରେ କାମ କରନ୍ତି । କାମ ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ ଯୁବକ ଆଉ ଏହି ସମୟରେ ୪ଜଣ ମହିଳାଙ୍କ ଦ୍ୱାରା ସେ ଦୁଷ୍କର୍ମର ଶିକାର ହୋଇଥିଲେ ।

ପୁରୁଷକୁ ଗଣଦୁଷ୍କର୍ମ!
• ଯୁବକଙ୍କୁ ୪ ମହିଳା ଅପହରଣ କରିବା ପରେ ଦୁଷ୍କର୍ମ ଅଭିଯୋଗ
• ଚମଡା କାରଖାନାର ଶ୍ରମିକଙ୍କୁ କରାଯାଇଥିଲା ଅପହରଣ
• କାମ ସାରି ଘରକୁ ଫେରୁଥିବା ବେଳେ ବିଚ୍ ରାସ୍ତାରେ ସାମ୍ନାରେ ଅଟକିଥିଲା କାର
• କାରରୁ ଓହ୍ଲାଇ ପଡିଥିଲେ ୨୦ରୁ ୨୫ ବର୍ଷର ୪ ଜଣ ଯୁବତୀ
• ଏକ କାଗଜରେ ଲେଖାଥିବା ଠିକଣା ଦେଖାଇ ଜାଗାଟି କେଉଁଠି ପଚାରିଥିଲେ
• ଯୁବକ ଜଣଙ୍କ କାଗଜକୁ ଚାହିଁବା ମାତ୍ରେ ଆଖିକୁ ରାସାୟନିକ ସ୍ପ୍ରେ କରିଥିଲେ ଯୁବତୀ
• ଫଳରେ କିଛି ଦେଖିପାରିନଥିଲେ ଯୁବକ ଏବଂ ଅଚେତ ହୋଇଯାଇଥିଲେ
• ଚେତା ଆସିବା ପରେ କାର ଭିତରେ ହାତ ଗୋଡ ବନ୍ଧା ହୋଇଥିବା ଦେଖିଥିଲେ
• ଅପହରଣକାରୀ ଯୁବତୀ ମଦ ପିଇବା ସହିତ ଯୁବକକୁ ମଦ ପିଇବାକୁ ବାଧ୍ୟ କରିଥିଲେ
• ଏହାପରେ ଜଣଙ୍କ ପରେ ଜଣେ ଯୁବତୀ ଦୁଷ୍କର୍ମ କରିଥିବା ଅଭିଯୋଗ
• ରାତି ୩ଟାରେ ଯୁବକଙ୍କୁ ଦୁଷ୍କର୍ମ କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିଲେ
• ଅପହରଣକାରୀ ଯୁବତୀ ମାନେ ଉଚ୍ଚ ଶିକ୍ଷିତା ଏବଂ ସମ୍ଭ୍ରାନ୍ତ ପରିବାରର

ଗଣମାଧ୍ୟମ ସୂଚନା ଅନୁସାରେ ଅପହରଣ ଓ ଦୁଷ୍କର୍ମର ଶିକାର ହୋଇଥବା ପୀଡିତ ଯୁବକ ଏବେ ସୁଦ୍ଧା ଥାନାରେ ଏତଲା ଦେଇନାହାଁନ୍ତି । ପରିବାର ଲୋକ ମନା କରିବାରୁ ଥାନାରେ ଏତଲା ଦେଇନଥିବା ଜଣାପଡିଛି । ସେପଟେ ପୁଲିସ ମିଡିଆ ରିପୋର୍ଟ ଆଧାରରେ ତଦନ୍ତ କରୁଥିବା ସୂଚନା ରହିଛି ।