ଜଳନ୍ଧରରୁ ଆସିଲା ଛାତି ଥରେଇ ଦେଲା ଭଳି ଘଟଣା : ଗୋଟିଏ ପୁରୁଷ ସହ ଦୁଷ୍କର୍ମ କଲେ ଚାରି ଚାରି ଜଣ ଝିଅ

19,466

କନକ ବ୍ୟୁରୋ : ଦୁଷ୍କର୍ମ ହୋଇଛି । ଏହା ଶୁଣିଲା ବେଳକୁ ସ୍ୱାଭାବିକ ଭାବରେ ଆପଣଙ୍କ ମନରେ ଆସୁଥିବ ଯେ ଜଣେ ମହିଳାଙ୍କୁ ବା ଜଣେ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିବ ଓ ଦୁଷ୍କର୍ମ କରିଥିବ ଜଣେ ପୁରୁଷ ବା ଅନେକ ଜଣ ପୁରୁଷ । ଦୁଷ୍କର୍ମ ଶବ୍ଦକୁ ମହିଳା ଓ ଦୁଷ୍କର୍ମ କରିଥିବା ଲୋକ ପୁରୁଷ ବୋଲି ସାଧାରଣରେ ଲୋକ ବୁଝନ୍ତି ।

ମାତ୍ର ମୁଁ ଆଜି ଆପଣଙ୍କ ନିକଟରେ ଆଶ୍ଚର୍ଯ୍ୟ କଲାଭଳି ଏକ କାହାଣୀ ରଖିବି, ଯାହା କି ବିରଳ ବୋଲି ବି କୁହାଯାଇପାରେ । ଜଣେ ପୁରୁଷ ଦୁଷ୍କର୍ମର ଶିକାର ହୋଇଛନ୍ତି । ଗୋଟିଏ ନୁହେଁ କି ଦୁଇ ଜଣ ନୁହେଁ ୪-୪ ଜଣ ଝିଅଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । କେବଳ ଦୁଷ୍କର୍ମର ଶିକାର ହୋଇନାହାନ୍ତି, ପ୍ରଥମେ ଅପହୃତ ହୋଇଛନ୍ତି ପରେ ଦୁଷ୍କର୍ମର ଶିକାର ହୋଇଛନ୍ତି ।

ଘଟଣାଟି ପଞ୍ଜାବର ଜଲନ୍ଧର ସହରର । ପୁରୁଷ ଜଣଙ୍କ ଗୋଟିଏ ଚମଡା କାରଖାନାରେ କାମ କରନ୍ତି । କାମ ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ ଯୁବକ ଜଣଙ୍କ । ହଠାତ୍ ୨୪- ୨୫ ବର୍ଷର ଚାରି ଝଣ ଝିଅ ତାଙ୍କ ଗାଡିକୁ ଅଟକାଇଥିଲେ । କାଗଜରେ ଲେଖାଥିବା ଠିକଣା ଦେଖାଇ ତାଙ୍କୁ ଅଟକାଇଥିଲେ । ହଠାତ୍ ଆଖିରେ ରସାୟନିକ ପଦାର୍ଥ ସ୍ପ୍ରେ କରି ତାଙ୍କୁ ଟାଣି ନେଇ ଯାଇଥିଲେ । ଜଙ୍ଗଲ ଭିତରକୁ ନେଇ ତାଙ୍କୁ ବାନ୍ଧି ଦେଇଥିଲେ ।

୪ ଜଣ ଝିଅ ମଦ ପିଇବା ସହ ତାଙ୍କୁ ଜୋର ଜବରଦସ୍ତ ମଦ ପିଆଇଥିଲେ । ଆଉ ତା ପରେ ଅତି ଦୟନିୟ ଭାବରେ ଗୋଟିଏ ପରେ ଗୋଟିଏ ଝିଅ ତାଙ୍କୁ ଆସି ଦୁଷ୍କର୍ମ କଲେ । ରାତି ପ୍ରାୟ ୩ଟା ବେଳେ ରାସ୍ତାର ଗୋଟିଏ ପାର୍ଶ୍ୱରେ ଫୋପାଡି ଦେଇ ଚାଲିଗଲେ । ଯୁବକ ଜଣଙ୍କ ମତରେ ଏ ସମସ୍ତ ଝିଅ ସମ୍ଭ୍ରାନ୍ତ ଶ୍ରେଣୀର ଲାଗୁଥିଲେ । ସମସ୍ତେ ସମସ୍ତଙ୍କ ସାଙ୍ଗରେ ଇଂରାଜୀରେ କଥା ହେଉଥିଲେ । ଏପରି ଘଟଣା ପରେ ଜଳନ୍ଧରରେ ଥିବା ପୁରୁଷ କମିଶନ ନାରା ଦେଇଛନ୍ତି ପୁରୁଷ ବି ରାତିରେ ସୁରକ୍ଷିତ ନୁହଁନ୍ତି ।

ପୁରୁଷକୁ ଗଣଦୁଷ୍କର୍ମ !

ଜଣେ ଯୁବକକୁ ୪ ମହିଳା ଅପହରଣ କରିବା ପରେ ଦୁଷ୍କର୍ମ ଅଭିଯୋଗ
• ଯୌନ ଉଦ୍ଦେଶ୍ୟ ରଖି ଚମଡା କାରଖାନାର ଶ୍ରମକଙ୍କୁ କରାଯାଇଥିଲା ଅପହରଣ
• କାମ ସାରି ଘରକୁ ଫେରୁଥିବା ବେଳେ ବିଚ ରାସ୍ତାରେ ସାମ୍ନାରେ ଅଟକିଥିଲା କାର
• କାରରୁ ଓହ୍ଲାଇ ପଡିଥିଲେ ୨୦ରୁ ୨୫ ବର୍ଷର ୪ ଜଣ ଯୁବତୀ
• ଏକ କାଗଜରେ ଲେଖାଥିବା ଠିକଣା ଦେଖାଇ ଜାଗାଟି କେଉଁଠି ପଚାରିଥିଲେ
• ଯୁବକ ଜଣଙ୍କ କାଗଜକୁ ଚାହିଁବା ମାତ୍ରେ ଆଖିକୁ ରାସାୟନିକ ସ୍ପ୍ରେ କରିଥିଲେ ଯୁବତୀ
• ଫଳରେ କିଛି ଦେଖିପାରିନଥିଲେ ଯୁବକ ଏବଂ ଅଚେତ ହୋଇଯାଇଥିଲେ
• ଚେତା ଆସିବା ପରେ କାର ଭିତରେ ହାତ ଗୋଡ ବନ୍ଧା ହୋଇଥିବା ଦେଖିଥିଲେ
• ଅପହରଣକାରୀ ଯୁବତୀ ମଦ ପିଇବା ସହିତ ଯୁବକକୁ ମଦ ପିଇବାକୁ ବାଧ୍ୟ କରିଥିଲେ
• ଏହାପରେ ଜଣଙ୍କ ପରେ ଜଣେ ଯୁବତୀ ଦୁଷ୍କର୍ମ କରିଥିବା ଅଭିଯୋଗ
• ରାତି ୩ଟାରେ ଯୁବକଙ୍କୁ ଦୁଷ୍କର୍ମ କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିଲେ
• ଅପହରଣକାରୀ ଯୁବତୀ ମାନେ ଉଚ୍ଚ ଶିକ୍ଷିତା ଏବଂ ସମ୍ଭ୍ରାନ୍ତ ପରିବାରର