ଭୟଙ୍କର ହେଉଛି ଜଳକା ନଦୀର ବନ୍ୟା ସ୍ଥିତି । ୧୫ଟି ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ

374

କନକ ବ୍ୟୁରୋ : ଜଳକା ନଦୀରେ ବନ୍ୟାସ୍ଥିତି । ପେଜଗଳା ଚଟଣା ଉପରେ ୨ ଫୁଟରୁ ଅଧିକ ଉଚ୍ଚରେ ପାଣି ପ୍ରବାହିତ ହୋଇଛି । ବସ୍ତା ଏସଡିପିଓଙ୍କ କାର୍ଯ୍ୟାଳୟ ଭିତରେ ବନ୍ୟାପାଣି ପଶିଛି । ବିଦ୍ୟୁତ କାର୍ଯ୍ୟାଳୟରେ ପାଣି ପସିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ବସ୍ତା ଗାନ୍ଧିଛକ ରାସ୍ତାରେ ପାଖାପାଖି ୩ ଫୁଟର ଉଚ୍ଚାରେ ପାଣି ପ୍ରବାହିତ ହେଉଛି । ତେଣୁ ପେଜଗଳା, ଚଟଣା ରାସ୍ତାକୁ ବନ୍ଦ କରି ଦେଇଛି ପ୍ରଶାସନ । ସେହିପରି ଅବକାରୀ ଅଫିସ ଭିତରେ ୪ ଫୁଟର ପାଣି ବହୁଛି । ପେଜଗଳା ବରୁଣଗଡିଆ ରାସ୍ତାର ୫ ଫୁଟ ଉପରେ ପାଣି ପ୍ରବାହିତ ହେଉଛି ।

ସେହିପରି କଟିପୋଲ ନୂଆ ଗାଁ ରାସ୍ତାରେ ପାଣି ପ୍ରବାହିତ ହେଉଛି । ବର୍ତମାନ ସୁଦ୍ଧା ୧୫ଟି ମୁଖ୍ୟ ରାସ୍ତାରେ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାତାୟତରେ ବାଧାପ୍ରାପ୍ତ ହୋଇଛି । ୧୦୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ୩ ହଜାରରୁ ଅଧିକ ଚାଷଜମି ଜଳମଗ୍ନ ହୋଇଛି । ୭ ଦଶମିକ ୫୦ ମିଟର ପର୍ଯ୍ୟନ୍ତ ଜଳସ୍ତର ପହଂଚିବା ସମ୍ଭାବନା ରହିଛି । ୨୦୦୮ ମସିହା ପରେ ଏହା ପ୍ରଥମ ବଡ ବନ୍ୟା । ସେପଟେ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ମୟୂରଭଂଜ ଜିଲ୍ଲାର ସୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଂଚଳରେ ପାଣି ଘେରରେ ରହିଛି ।