ବିପଦ ସଙ୍କେତ ଉପରେ ଜଳକା ଜଳସ୍ତର : ନଦୀବନ୍ଧ ଦୁର୍ବଳ ଥିବାରୁ ଚିନ୍ତାରେ ନଦୀକୂଳବାସୀ

90

କନକ ବ୍ୟୁରୋ : ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବାବେଳେ ଏବେ ୬ ଦଶମିକ ୨୫ ମିଟରେ ଉପରେ ପ୍ରବାହିତ ହେଉଛି । ବର୍ଷା ଲାଗି ରହିଥିବା ସହ ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଉଛି । ନଦୀବନ୍ଧ ଦୁର୍ବଳ ଥିବାରୁ ଚିନ୍ତାରେ ଅଛନ୍ତି ନଦୀକୂଳବାସୀ ।

ସୂଚନା ଅନୁସାରେ ଗତ ୬ ତାରିଖରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ବସ୍ତା ଦେଇ ପ୍ରଭାବିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା,ମୋରଡ଼ା, ତିତ୍ରଡ଼ା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା କାରଣରୁ ବଢ଼ୁଛି ଜଳସ୍ତର । ଏବେ ଧାନ ରୁଆ କାମ ଚାଲିଥିବାରୁ ଯଦି ବନ୍ୟା ହୁଏ ତେବେ ରୁଆ ଯାଇଥିବା ତଳି ପଚିଯିବାର ଆଶଙ୍କା ରହିଛି ।