ଜଳକା ନଦୀରେ ବନ୍ୟାସ୍ଥିତି : ପାଣି ଘେରରେ ବସ୍ତା ବ୍ଲକର ୫୦ରୁ ଅଧିକ ଗାଁ

83

କନକ ବ୍ୟୁରୋ : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଂକେତ ୫ ଦଶମିକ ୫୦ ମିଟର ଥିବା ବେଳେ ସକାଳ ୭ଟା ସୁଧା ଜଳସ୍ତର ବୃଦ୍ଧି ପାଇ ୭ ଦଶମିକ ୧୮ ମିଟର ରହିଛି । ଲଘୁଚାପ ଜନିତ ଲଗାଣା ବର୍ଷା ଏବଂ ଜଳକା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀକୂଳିଆ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ନଦୀର ଉପର ମୁଣ୍ଡ ମୟୂରଭଂଜ ଜିଲ୍ଲାର ସୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଂଚଳରେ ପ୍ରବଳ ବର୍ଷା କାରଣରୁ ବଢ଼ୁଛି ନଦୀର ଜଳସ୍ତର । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ବସ୍ତା ଏବଂ ସଦର ବ୍ଲକର ପ୍ରାୟ ୧୨ ପଂଚାୟତର ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ରହିଛି ।