ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର : ମଥାନୀ ଠାରେ ୫.୭୭ ମିଟର ଉପରେ ବହୁଛି ଜଳ

ଗତକାଲି ଠାରୁ ଲାଗି ରହିଛି ବର୍ଷା, ବନ୍ୟା ଆଶଙ୍କା

51

କନକ ବ୍ୟୁରୋ : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ବିପଦ ସଂକେତ ୫ ଦଶମିକ ୫୦ ମିଟର ଥିବା ବେଳେ ୫ ଦଶମିକ ୭୭ ମିଟର ଜଳ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଜଳକା ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ଉପର ମୁଣ୍ଡ ମୟୂରଭଂଜ ଜିଲ୍ଲାର ସୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଂଚଳରେ ବର୍ଷା ଲାଗି ରହିଛି । ଯାହା ପାଇଁ ଜଳସ୍ତର ବଢ଼ିବାରେ ଲାଗିଛି ।

ବସ୍ତାରେ ମଧ୍ୟ ଗତକାଲି ଠାରୁ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ କହିବା ଅନୁଯାୟୀ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ଯଦି ଅଧିକ ବର୍ଷା ହୁଏ ବସ୍ତା ଏବଂ ସଦର ବ୍ଲକର ପାଖାପାଖି ୧୨ ପଂଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ପୂର୍ବ ବନ୍ୟାରେ ବସ୍ତା ଅଂଚଳରେ ପାଖାପାଖି ୫୦୦ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି । ଯଦି ପୁଣି ବନ୍ୟା ଆସେ ତେବେ ସଂପୂର୍ଣ୍ଣ ୧୨ ପଂଚାୟତ କ୍ଷତିଗ୍ରସ୍ତ ହୋଇପାରେ ।