କନକ ବ୍ୟୁରୋ : ବିପଦ ସଙ୍କେତ ଉପରେ ଜଳକା । ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର । ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୬.୦୨ ମିଟର ଜଳ ପ୍ରବାହିତ ହେଉଛି । ବର୍ଷା ଲାଗି ରହିଥିବାରୁ ଉପରେ ମୁଣ୍ଡରେ ବର୍ଷା ଯୋଗୁ ବନ୍ୟା ଆଶଙ୍କା ଦେଖାଦେଇଛି । ନଦୀବନ୍ଧ ଦୁର୍ବଳ ଥିବାରୁ ଚିନ୍ତାରେ ନଦୀକୂଳିଆବାସୀ ।
ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଂଚଳରେ ବର୍ଷା କାରଣରୁ ଜଳସ୍ତର ବଢିବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । ଗତ ବନ୍ୟାରେ ବସ୍ତା ବ୍ଲକର ୫ ଶହ ହେକ୍ଟରରୁ ଅଧିକ ଜମିରେ ଧାନ ନଷ୍ଟ ହୋଇଥିଲା । ଏବେ ପୁଣି ବନ୍ୟା ହେଲେ ବସ୍ତା ବ୍ଲକର ୭ଟି ପଂଚାୟତର ୫ ହଜାରରୁ ଅଧିକ ହେକ୍ଟର ଧାନ ଫସଲ ନଷ୍ଟ ହେବା ସହ ସଦର ବ୍ଲକର ୨ଟି ପଂଚାୟତରୁ ୧ ହଜାରରୁ ଅଧିକ ଧାନ ଫସଲ ପ୍ରଭାବିତ ହେବା ଆଶଂକା ରହିଛି ।