ସନ୍ଦେହୀ ସ୍ୱାମୀର ସଇତାନି : ଫୋନରେ କଥାହେବାରୁ ପତ୍ନୀଙ୍କୁ ଅକଥନୀୟ ନିର୍ଯାତନା, ଶରୀରର ଗୋଡରୁ ମୁଣ୍ଡ ଯାଏଁ ଶତାଧିକ ଚେଙ୍କ ଦେଲା ସ୍ୱାମୀ

Advertisment
ସନ୍ଦେହୀ ସ୍ୱାମୀର ସଇତାନି : ଫୋନରେ କଥାହେବାରୁ ପତ୍ନୀଙ୍କୁ ଅକଥନୀୟ ନିର୍ଯାତନା, ଶରୀରର ଗୋଡରୁ ମୁଣ୍ଡ ଯାଏଁ ଶତାଧିକ ଚେଙ୍କ ଦେଲା ସ୍ୱାମୀ

କନକ ବ୍ୟୁରୋ: ଶରୀରର ଗୋଡରୁ ମୁଣ୍ଡ ଯାଏଁ ଶତାଧିକ ଚେଙ୍କ। ଏହା ସାଂଗକୁ ମାଡ଼ ମାରି ଲହୁଲୁହାଣ କରାଯାଇଛି। ଅମାନବିକତାର ସୀମା ପାର କରି ଦିଆଯାଇଛି ଅକଥନୀୟ ନିର‌୍ୟାତନା। ଏଭଳି ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମହିଳାଜଣକୁ ଡାକ୍ତର କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଏହି ଅବସ୍ଥା ପାଇଁ ମହିଳା ଜଣକ ନିଜ ସ୍ବାମୀକୁ ଦାୟୀ କରିଛନ୍ତି। ଘଟଣା ଘଟିଛି ବ୍ୟାସନଗର ପୌର ପରିଷଦ ୧୭ ନମ୍ବର ୱାର୍ଡ ସାପଗଡିଆ ପଦ୍ମପୁର ଅ˚ଚଳରେ।

publive-image

ମିଳିଥିବା ସୂଚନା ଅନୁଯାୟୀ, ନିର‌୍ୟାତନାର ଶିକାର ଝୁମା କାଜୁଆଲ ପ୍ରାୟ ୭ବର୍ଷ ତଳେ ସାପ ଗଡିଆର ରବି କାଜୁଆଲକୁ ପ୍ରେମ ବିବାହ କରିଥିଲେ। ଝୁମାଙ୍କ ଘର ଭୁବନେଶ୍ବର ହୋଇଥିବା ବେଳେ ରବି ସେଠାରେ ଏକ କୋରିଅର ସ˚ସ୍ଥାରେ କାମ କରୁଥିବାବେଳେ ଉଭୟଙ୍କ ମଧୢରେ ପ୍ରେମ ସ˚ପର୍କ ସୃଷ୍ଟି ହୋଇଥିଲା। ସେମାନଙ୍କର ୫ ବର୍ଷର ଏକ ଝିଅ ଓ ୩ ବର୍ଷର ଏକ ପୁଅ ବାହାରେ ଖେଳୁଥିବା ବେଳେ ଆଜି କୌଣସି କାରଣରୁ ଉଭୟଙ୍କ ମଧୢରେ ବଚସା ହୋଇଥିଲା। ସ୍ବାମୀ ରବି ଉତ୍ତ୍ୟକ୍ତ ହୋଇ ଭିତରୁ କବାଟ ବନ୍ଦ କରି ଝୁମାକୁ ପ୍ରବଳ ମାଡ ମାରିଥିଲେ। ଏହାପରେ ଗ୍ୟାସ ଚୁଲାରେ ଏକ ଲୁହା ରଡକୁ ଗରମ କରି ଦେହ ସାରା ଚେଙ୍କ ଦେଇଥିଲା।

publive-image

ଦୁଇ ଘଣ୍ଟାକାଳ କବାଟ କିଳି ଅମାନୁଷିକ ଭାବେ ନିର‌୍ୟାତନା ଦେଇ ଚାଲିଥିଲେ। ମହିଳାଙ୍କ କାନ୍ଦ ବୋବାଳି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଖବରପାଇ ଯାଜପୁର ଜିଲା କିନ୍ନର ସ˚ଘର ସଭାପତି କାଜଲ ନାୟକ ଗୁରୁତର ଝୁମାଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ରିପୋର୍ଟ ଲେଖା ହେବା ପର‌୍ୟ୍ୟନ୍ତ ଏନେଇ ଯାଜପୁରରୋଡ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି। ଅପରପକ୍ଷରେ ଯାଜପୁର ରୋଡ ଥାନାକୁ ଯୋଗାଯୋଗ କରାଯିବାରୁ ପୁଲିସ ଘଟଣାର ତଦନ୍ତ କରୁଛି। କୌଣସି ଲିଖିତ ଅଭିଯୋଗ ହୋଇନି। ମହିଳା ଜଣକ ସୁସ୍ଥ ହେବା ପରେ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe