ଶିଳ୍ପ ନଗରୀ କଳିଙ୍ଗନଗରର ସ୍ଥିତି ସଙ୍ଗୀନ: ଭାଙ୍ଗିଗଲାଣି ବଡ ବଡ ଇସ୍ପାତ କାରଖାନାର ମେରୁଦଣ୍ଡ; କାରଖାନା ବନ୍ଦ, ଜୀବିକା ହରାଇଲେ ହଜାର ହଜାର ଶ୍ରମିକ ଓ କର୍ମଚାରୀ

ଏବେ ଚିନ୍ତା, ଆଗକୁ କେମିତି ଚଳିବ ପରିବାର

105

କନକ ବ୍ୟୁରୋ: ଶିଳ୍ପ ନଗରୀ କଳିଙ୍ଗନଗରରର ସ୍ଥିତି ଏବେ ସଙ୍ଗୀନ । ବଡ ବଡ ଇସ୍ପାତ କାରଖାନାର ମେରୁଦଣ୍ଡ ଭାଙ୍ଗିଯାଇଛି । ବହୁତ କାରଖାନା ବନ୍ଦ ହୋଇଯାଇଥିବା ବେଳେ ଅନେକ ଏବେ ବନ୍ଦ ହେବା ସ୍ଥିତିକୁ ଆସିଗଲେଣି । ହଜାର ହଜାର ଶ୍ରମିକ ଓ କର୍ମଚାରୀ ବେକାର । କାରଖାନା ଚାଲୁନି କି ଦରମା ମିଳୁନି ।

ମେସ୍କୋ ଷ୍ଟିଲ ୬ମାସ, ମୈଥାନ ଇସ୍ପାତ ୧୮ ମାସ ଏବଂ ନିଳାଚଳ ଇସ୍ପାତ ନିଗମ ୪ମାସ ହେଲା ସେମାନଙ୍କ ଶ୍ରମିକ ଓ କର୍ମଚାରୀଙ୍କୁ ଦରମା ଦେଇନାହାନ୍ତି । ଫଳରେ ହଜାର ହଜାର ଶ୍ରମିକ ଓ କର୍ମଚାରୀ ଏବେ ଜୀବିକା ହରାଇ ଘରେ ବସିଛନ୍ତି । ଆଗକୁ ପରିବାର କେମିିତି ଚଳାଇବେ ଏବେ ସେମାନଙ୍କୁ ସେହି ଚିନ୍ତା ଘାରିଛି । ମାସ ମାସ ଧରି ଦରମା ନମିଳିବାରୁ ସେମାନଙ୍କ ଅର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି ।