ହାତ ଧରି ଯିଏ ଶିଖାଇଥିଲା ବାଟ, ଆଜି ସିଏ ହୋଇଗଲା ସନ୍ତାନ ପାଇଁ ପର...ସ୍ୱାର୍ଥ ଆଗରେ ତୁଚ୍ଛ ହେଲା ସଂପର୍କ...ମାଆକୁ ବୋଝ କହି ଗାଁ ଦାଣ୍ଡରେ ଛାଡି ଚାଲିଗଲା ପୁଅ, ଅସହାୟ ବୃଦ୍ଧାଙ୍କୁ ଏବେ ପଡୋଶୀ ସାହା

Advertisment
ହାତ ଧରି ଯିଏ ଶିଖାଇଥିଲା ବାଟ, ଆଜି ସିଏ ହୋଇଗଲା ସନ୍ତାନ ପାଇଁ ପର...ସ୍ୱାର୍ଥ ଆଗରେ ତୁଚ୍ଛ ହେଲା ସଂପର୍କ...ମାଆକୁ ବୋଝ କହି ଗାଁ ଦାଣ୍ଡରେ ଛାଡି ଚାଲିଗଲା ପୁଅ, ଅସହାୟ ବୃଦ୍ଧାଙ୍କୁ ଏବେ ପଡୋଶୀ ସାହା

କନକ ବ୍ୟୁରୋ: ହାତ ଧରି ବାଟ ଚଲେଇ ଶିଖେଇଥିବା ମାଆର ହାତ ଛାଡି ଚାଲିଗଲା ପୁଅ । ପିଲାଙ୍କ ମୁହଁରେ ଆହାର ଦେଇ ଦିନ ଦିନ ଉପବାସ ରହୁଥିବା ମାଆ ଆଜି ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛି । ଏମିତି ଜଣେ ମାଆର ଦୁଃଖଭରା କାହାଣୀ ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରୁ । ସ୍ୱାର୍ଥପର ପୁଅ ନିଜ ଅସହାୟ ମାଆକୁ ପର କରି ଛାଡି ଚାଲିଯାଇଛି କଲିକତା । ଆଉ ଏଭଳି ସ୍ଥିତିରେ ପଡୋଶୀଙ୍କ ହାତଟେକାରେ ବିତୁଛି ବୁଢୀ ମାଆର ଦିନ ।

publive-image

ସ୍ୱାର୍ଥ ଆଗରେ ସଂପର୍କ ହେଲା ତୁଚ୍ଛ । ମାଆକୁ ଗାଁ ଦାଣ୍ଡରେ ଛାଡି ଚାଲିଗଲା ପୁଅ । ପରିଣତ ବୟସରେ ଯାହାକୁ ଆଶା ବାଡି ବୋଲି ଭାବିଥିଲା ମାଆ, ସେହି ଆଶା ବାଡି ଦେଇଦେଲା ଧୋକ୍କା । ସାହି ପଡୋଶୀଙ୍କ ହାତ ଟେକାକୁ ଅପେକ୍ଷା କରି ରହିଛି ମାଆ । ଏ ହେଉଛନ୍ତି ବିଂଝାରପୁର ମାଁସଡା ପଂଚାୟତର ଗୌଡସାହିର ଉଷାଦେବୀ ପାଣି । ବୟସ ପାଖାପାଖି ୮୦ । ସ୍ୱାମୀ ଆରପାରିକୁ ଚାଲିଗଲା ପରେ କଲିକତାରେ ରହୁଥିବା ଏକମାତ୍ର ପୁଅ ପାଖରେ ଆଶ୍ରମ ନେଇଥିଲେ ଉଷାଦେବୀ । ହେଲେ କିଛି ଦିନ ରହିବା ପରେ ବୁଲିଯିବା କହି ଆଣି ତାଙ୍କୁ ଗାଁ ଏକୁଟିଆ ଛାଡି ଦେଇ ଚାଲିଯାଇଥିଲା ସ୍ୱାର୍ଥପର ପୁଅ । ପଂଳରେ ଘର ଦ୍ୱାର ନଥିବା ଏହି ଅସହାୟ ମହିଳାଙ୍କୁ ବର୍ତ୍ତମାନ ପଡୋଶୀଙ୍କ ଭରଷାରେ ଦିନ କାଟିବାକୁ ପଡୁଛି ।

publive-image

ବସ୍ତୁବାଦୀ ସମାଜରେ ସମସ୍ତେ ନିଜ ସ୍ୱାର୍ଥ ପଛରେ ଧାଉଁଥିବା ବେଳେ ସଂପର୍କ ଧିରେ ଧିରେ ପାଣିଚିଆ ହେଉଛି । ଯେଉଁଥିରେ ଶିକାର ହେଉଛନ୍ତି ଏଭଳି ଅସହାୟ ବୃଦ୍ଧ-ବୃଦ୍ଧା । ବୟସର ଅପରାହ୍ଣରେ ଯେତେବେଳେ ପୁଅବୋହୂଙ୍କ ସାହାରା ଖୋଜୁଥିଲେ, ସେତେବେଳେ ସେମାନଙ୍କ ପାଇଁ ଅଲୋଡା ହୋଇପଡିଛନ୍ତି ଏହି ଅସହାୟ ବୃଦ୍ଧା ଆଉ ଏଭଳି ସ୍ଥିତିରେ ସାହିପଡିଶା ହିଁ ଉଷାଦେବୀଙ୍କ ପାଇଁ ପାଲଟିଛନ୍ତି ଏକମାତ୍ର ଭରଷା । ସତରେ ଆଧୁନିକ ଚାଲିଚଳଣୀର ପ୍ରଭାବରେ ହଜିଯାଉଛି ମାନବିକତା ଆଉ କେବଳ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ହାସଲ କରିବାକୁ ଯାଇ ରକ୍ତର ସଂପର୍କକୁ ଭୁଲିଯାଉଛି ମଣିଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe