ନା ଅଛି ପରିବାର ନା ହିଁ ସଂପର୍କୀୟ, ଅସହାୟ ସୁରଥୀଙ୍କ ଆଖିରୁ ଶୁଖୁନି ଲୁହ…ପର ହାତଟେକାରେ ବିତୁଛି ଜୀବନ…ସାହା ହେବାକୁ ସରକାରଙ୍କୁ ଆକୁଳ ନିବେଦନ

502

କନକ ବ୍ୟୁରୋ: ନା ଅଛି ପରିବାର, ନା ଅଛନ୍ତି ସଂପର୍କିୟ, କଣ ହେବ ଏହି ଅସହାୟ ବୃଦ୍ଧାଙ୍କ ଭବିଷ୍ୟତ? ଏ ହେଉଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର କଂଟାବଣିଆ ଗାଁର ସୁରଥୀ ବେୱା । ଯିଏ କି ଆଜିକୁ ପ୍ରାୟ ୪୦ ବର୍ଷ ତଳେ ଭିଟାମାଟି ଛାଡି ଚାଲିଆସି ଏହି ଗାଁର ଅଶୋକ ଦାସଙ୍କ ଘରେ ରହି ଚଳିଆସୁଥିଲେ । କିନ୍ତୁ ଏବେ ସେ ପରିଣତ ବୟସରେ ପହଂଚିଥିବା ବେଳେ ତାଙ୍କର ଦେଖାଶୁଣା କରିବା ପାଇଁ କେହି ନାହାଁନ୍ତି । ତେବେ ଅନ୍ୟର ସାହାରାରେ ବଂଚିଥିବା ସୁରଥୀ ଆଗକୁ କିପରି ଦିନ କାଟିବେ ତାକୁ ନେଇ ଏବେ ଚିନ୍ତାରେ ପଡୋଶୀ ଆଉ ସୁରଥୀଙ୍କୁ ସାହା ହେବା ପାଇଁ ପ୍ରଶାସନର ସହଯୋଗ ଲୋଡିଛନ୍ତି ଗ୍ରାମବାସୀ ।

ଆଉ ଚଳୁନି ହାତ ଗୋଡ, ପର ଉପରେ କରିବାକୁ ପଡୁଛି ନିର୍ଭର । ନିତ୍ୟ କର୍ମ ପାଇଁ ମଧ୍ୟ ସୁରଥୀଙ୍କୁ ବର୍ତ୍ତମାନ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ତେବେ ସୁରଥୀ ୪୦ ବର୍ଷ ତଳେ ନିଜ ଗାଁ ଛାଡି ଚାଲିଆସିଥିଲେ କଂଟାବଣିଅ ଗାଁକୁ ଆଉ ଆସିବା ବେଳେ ସାଂଗରେ ଥିଲେ ତାଙ୍କ ଝିଅ । ତେବେ ପଡୋଶୀଙ୍କ ସହଯୋଗରେ ଝିଅଙ୍କର ବିବାହ ହୋଇଯାଇଥିବା ବେଳେ ଏବେ କିନ୍ତୁ ଏବେ ସେ କୌଣସି କାମ କରିବାକୁ ସକ୍ଷମ ନୁହଁନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ସୁରଥୀଙ୍କ ପଡୋଶୀ ।

ସୁରଥୀ ଏହି ଗାଁକୁ ଆସିବା ପରେ ବାଦାମ ଓ ସୋଲା ବିକ୍ରି କରି ପେଟ ପୋଷୁଥିଲେ । କିନ୍ତୁ ଏବେ ହାତ ଗୋଡ ଚାଲୁନଥିବାରୁ ସୁରଥୀଙ୍କ ଚଳିବା ଏବେ କଷ୍ଟ ହୋଇଯାଇଛି । ପାଖ ପଡୋଶୀଙ୍କ ହାତ ଟେକାରେ ପୁରୁଛିି ସୁରଥୀଙ୍କ ପେଟ । ସରକାରଙ୍କ ପକ୍ଷରୁ କେବଳ ମାସିକ ୭୦୦ ଟଙ୍କା ଭତା ଓ ଚାଉଳ ୫ କେଜି ମିଳୁଛି । କିନ୍ତୁ ରୋଷେଇ କରି ତାଙ୍କୁ ଖୁଆଇବା ସହିତ ନିତ୍ୟ କର୍ମ କରିବାକୁ କେହି ନାହିାଁନ୍ତି । ସେଥିପାଇଁ ପ୍ରଶାସନ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ କୌଣସି ବୁଦ୍ଧାଶ୍ରମରେ ଛାଡିବା ପାଇଁ ଦାବି କରିଛନ୍ତି ପଡୋଶୀ ।