ବନବିଭାଗ ମହାଦୁର୍ନୀତିର ଚାଞ୍ଚଲ୍ୟକର ତଥ୍ୟ: ବାବୁଙ୍କ ପାଖରେ ଶ୍ରମିକଙ୍କ ପାସବୁକ୍, ଏଟିଏମ୍; ଆକାଉଂଟରୁ ଉଠାଇନେଲେ ଲକ୍ଷ ଲକ୍ଷ ଟଙ୍କା

ବନବିଭାଗ ମହାଦୁର୍ନୀତିର ଚାଞ୍ଚଲ୍ୟକର ତଥ୍ୟ: ବାବୁଙ୍କ ପାଖରେ ଶ୍ରମିକଙ୍କ ପାସବୁକ୍, ଏଟିଏମ୍; ଆକାଉଂଟରୁ ଉଠାଇନେଲେ ଲକ୍ଷ ଲକ୍ଷ ଟଙ୍କା

କନକ ବ୍ୟୁରୋ: ଯାଜପୁର ବନବିଭାଗ ମହାଦୁର୍ନୀତର ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବନ ବିଭାଗ ଅଧିକାରୀ ଶ୍ରମିକମାନଙ୍କ ପାସବୁକରେ ଟଙ୍କା ଜମା କରି ଏଟିଏମ୍ ଜରିଆରେ ଉଠାଇ ନେଇଛନ୍ତି। ଏହିଭଳି ଭାବେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କରୋନା ସମୟରେ ଭୋକ, ଉପାସରେ କାଳାତିପାତ କରୁଥିବା ଶ୍ରମିକ ଏ ସମ୍ପର୍କରେ ସମ୍ପୂର୍ଣ୍ଣଭାବେ ଅନ୍ଧାରରେ ରହିଛନ୍ତି।

publive-image

ଏହି ଶ୍ରମିକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜିଲ୍ଲାର କୋରେଇ ବ୍ଲକ୍ ବଡ଼ବିରୁଆଁ ପଞ୍ଚାୟତର ବନମାଳିପୁର ଗ୍ରାମର ବୃଦ୍ଧ ଘନଶ୍ୟାମ ମଲିକ। ତାଙ୍କ ପାସବୁକ୍ରୁ ୩୩ହଜାର ଟଙ୍କା ଲେଖାଏଁ ତିନି ଥରରେ ମୋଟ ୯୯ହଜାର ଟଙ୍କା ଜମା କରି ଏଟିଏମ ଜରିଆରେ ଉଠାଇ ନିଆଯାଇଛି। ଭଙ୍ଗା କୁଡ଼ିଆରେ ପଡ଼ିଥିବା, ଭଲ ଭାବରେ ଚଲାବୁଲା କରିପାରୁନାହାନ୍ତି ବୃଦ୍ଧ ଘନଶ୍ୟାମ। ସେ ଓ ତାଙ୍କ ପରିବାର କରୋନା କଟକଣା ସମୟରେ କାମଧନ୍ଦା ନପାଇ ଭୋକ ଉପବାସରେ ଦିନ କାଟୁଛନ୍ତି। ତାଙ୍କ ଆକାଉଣ୍ଟ ବ୍ୟବହାର କରି ଟଙ୍କା ଜମା ସହିତ ଉଠାଯାଇଥିବା ବେଳେ ସେ ଜାଣିନାହାନ୍ତି।

ସେହିପରି ବଡ଼ବିରୁଆଁର ଲକ୍ଷ୍ମୀଧର ମଲିକଙ୍କ ପାସ୍ବୁକରେ ୪୪ହଜାର ୭୦୦ ଟଙ୍କା ଜମା କରି ଏଟିଏମ ଜରିଆରେ ବନ ବିଭାଗ ଅଧିକାରୀ ଉଠାଇ ନେଇଛନ୍ତି। ଲକ୍ଷ୍ମୀଧରଙ୍କ ପରି ମାର୍କଣ୍ଡ ମଲିକଙ୍କ ପାସ୍ବୁକରେ ୪୪ହଜାର ୭୦୦ଟଙ୍କା, ଉଗ୍ରେସନ ଦାସ ପାସବୁକ୍ରେ ୪୫ହଜାର ଟଙ୍କା ଲେଖାଏଁ ୩ଥରରେ ୧ଲକ୍ଷ ୩୫ହଜାର ଜମା କରାଯାଇ ହଡ଼ପ ହୋଇଛି। ମୃତ ବାବୁଲି ମଲିକ ନାମରେ ୪ଥରରେ ୪୪ହଜାର ଟଙ୍କା କରି ମୋଟ ୧ଲକ୍ଷ ୭୬ହଜାର ଟଙ୍କା ଜମା କରାଯାଇ ଏଟିଏମ୍ ଜରିଆରେ ଉଠାଇ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe