ଭକ୍ତି ଓ ବିଶ୍ୱାସର ପ୍ରତୀକ ଯାଜପୁରର ଗୋକର୍ଣ୍ଣେଶ୍ୱର ପୀଠ...ପାହାଡ-ନଦୀର ମଧ୍ୟସ୍ଥଳରେ ପୂଜା ପାଉଛି ଭୋଳାନାଥଙ୍କ ଗୋରୁକାନ ସଦୃଶ ଲିଙ୍ଗ...ଗୋହତ୍ୟା ଅପରାଧରୁ ମୁକ୍ତି ପାଇଁ ଏଠାରେ ତପସ୍ୟା କରିଥିଲେ ଅର୍ଜୁନ

Advertisment
ଭକ୍ତି ଓ ବିଶ୍ୱାସର ପ୍ରତୀକ ଯାଜପୁରର ଗୋକର୍ଣ୍ଣେଶ୍ୱର ପୀଠ...ପାହାଡ-ନଦୀର ମଧ୍ୟସ୍ଥଳରେ ପୂଜା ପାଉଛି ଭୋଳାନାଥଙ୍କ ଗୋରୁକାନ ସଦୃଶ ଲିଙ୍ଗ...ଗୋହତ୍ୟା ଅପରାଧରୁ ମୁକ୍ତି ପାଇଁ ଏଠାରେ ତପସ୍ୟା କରିଥିଲେ ଅର୍ଜୁନ

କନକ ବ୍ୟୁରୋ: ଭକ୍ତି ଓ ବିଶ୍ୱାସର ପ୍ରସିଦ୍ଧ ଶୈବପୀଠ ଗୋକର୍ଣ୍ଣେଶ୍ୱର ମହାପ୍ରଭୁଙ୍କ ପୀଠ । ଯାଜପୁର ଜିଲ୍ଳା ଜାରକା ନିକଟରେ ଥିବା ଏହି ପ୍ରସିଦ୍ଧ ଶୈବପୀଠ ଯେତିକି ଆକର୍ଷଣୀୟ ଏହାର କିମ୍ବଦନ୍ତୀ ମଧ୍ୟ ସେତିକି ପ୍ରାଚୀନ ।

publive-image

ଏ ହେଉଛି ଯାଜପୁର ଜିଲ୍ଳା ଜାରକା ଅଂଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ଗୋକର୍ଣ୍ଣେଶ୍ୱର ମହାପ୍ରଭୁଙ୍କ ପୀଠ । ୧୬ ନମ୍ବର ଜାତୀୟ ରାଜପଥ କଡରେ ଅବସ୍ଥିତ ଏହି ମନ୍ଦିର ।ପ୍ରାକୃତିକ ସମ୍ପଦରେ ଭରପୁର ଦେଉଳି ପାହାଡ ଓ ବ୍ରାହ୍ମଣୀ ନଦୀର ମଧ୍ୟସ୍ଥଳରେ ଶୋଭାପାଉଛି ମହାପ୍ରଭୁଙ୍କ ଏହି ମନ୍ଦିର । ଏଠାରେ ମହାପ୍ରଭୁଙ୍କର ଗୋରୁକାନ ସଦୃଶ ଲିଙ୍ଗକୁ ପୂଜା କରାଯାଏ । କିମ୍ବଦନ୍ତୀ ଅନୁଯାୟୀ ଅର୍ଜୁନ ପିତୃଶ୍ରାଦ୍ଧ ନିମନ୍ତେ ଗଣ୍ଡା ଶୀକାର କରିବାକୁ ଯାଇ ଭୋଳାନାଥଙ୍କର ଏକ ଗାଈକୁ ଶରବିଦ୍ଧ କରିଥିଲେ ଆଉ ଏହିଠାରେ ହିଁ ଗାଇଟି କାନଟି ପଡିଥିଲା । ତେବେ ଗୋହତ୍ୟା ଅପରାଧରୁ ମୁକ୍ତି ପାଇବା ପାଇଁ ଅର୍ଜୁନ ଏଠାରେ ତପସ୍ୟା କରି ଶାପମୁକ୍ତ ହେବା ପରେ ସେହି ସ୍ଥାନରେ ପୂଜାର୍ଚ୍ଚନା କରିଥିଲେ । ସେବେଠାରୁ ଏଠାରେ ଭୋଳାନାଥ ଗୋକର୍ଣ୍ଣେଶ୍ୱର ଭାବେ ପୂଜାପାଇ ଆସୁଛନ୍ତି ।

publive-image

ଏହି ମନ୍ଦିରର ପ୍ରାଚୀନତା ସମ୍ପର୍କରେ ସଠିକ ଐତିହାସିକ ତଥ୍ୟ ନଥିଲେ ମଧ୍ୟ ଏହା ଗଙ୍ଗବଂଶ କିମ୍ବା ଭୌମକର ବଂଶ ଶାସନ ସମୟରେ ହୋଇଥିବାର ଗବେଷକମାନେ ମତ ଦିଅନ୍ତି । ଏହି ମନ୍ଦିର ସମ୍ପର୍କରେ ବ୍ରହ୍ମବୈବର୍ତ ପୁରାଣ, ଶାରଳା ମହାଭାରତରେ ଉଲ୍ଳେଖ ରହିଥିବାର ମଧ୍ୟ ଜଣାଯାଏ ।ଜାତୀୟ ରାଜପଥ କଡରେ ଜାରକା ବଜାରଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଏହି ମନ୍ଦିରକୁ ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ଆସିୁଥିବା ବେଳେ ଶ୍ରାବଣମାସରେ କାଉଡିଆମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ଅନ୍ୟପକ୍ଷରେ ଏଠାରେ ଶ୍ରଦ୍ଧାଳୁମାନେ ମାନିସକ କରି ଗୁଆ ବସାଇ ପୁତ୍ରସନ୍ତାନ ପ୍ରାପ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।

publive-image

ତେବେ ଏହି ପ୍ରସିଦ୍ଧ ଶୈବପୀଠରେ ପର୍ଯ୍ୟଟକମାନଙ୍କ ପାଇଁ ସେତିକି ସୁବିଧା ନଥିବାରୁ ଅନେକ ସମୟରେ ଯାତ୍ରୀମାନେ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ଦିଗରେ ପଦକ୍ଷେପ ନେଉଥିବା ବେଳେ ଗୋକର୍ଣ୍ଣେଶ୍ୱର ପୀଠର ବିକାଶପ୍ରତି ଧ୍ୟାନଦେଲେ ଏହା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଗୁରୁତ୍ୱ ବହନକରନ୍ତା ବୋଲି ମତ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe