ଯାଜପୁର ଯୁବକଙ୍କ ନିଆରା ରେକର୍ଡ ନିଶା । ଅତି ନିକ୍ଷୁଣ ଭାବେ ସେ ମୂର୍ତ୍ତିରେ କରୁଛନ୍ତି କାରୁକାର୍ଯ୍ୟ । ଦେଖିବାକୁ ଦରକାର ହେଉଛି ଜବ କାଚ

217

କନକ ବ୍ୟୁରୋ: ମହମରେ କ୍ଷୁଦ୍ର ବୈାଦ୍ଧ ମୂର୍ତି ନିର୍ମାଣ କରିବା ସହ ଖାଲି ଆଖିକୁ ଦେଖାଯାଉନଥିବା ଚୁତୁର୍ଦ୍ଧା ମୂର୍ତିଙ୍କର ବିଗ୍ରହ ନିର୍ମାଣ କରି ଏକ୍ଲୁସିଭ୍ ୱାଲର୍ଡ ରେକର୍ଡ ହାସଲ କରିବା ପରେ ଏବେ ସାରା ଜିଲ୍ଳାରେ ଚର୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଗାଁ ପୁଅ ରାକେଶ୍ । ତେବେ ଚାରିଆଡେ ଚର୍ଚ୍ଚାକୁ ଆସିଥିବା ରାକେଶଙ୍କ ସ୍ୱପ୍ନ ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡ ହାସଲ କରିବେ ।

କ୍ୟାମେରା ଲେନସରେ ବଡ ଦେଖାଯାଉଥିବା ଏହି ମୂର୍ତି ଗୁଡିକ ଖାଲି ଆଖିରେ ଦେଖିବା ଖୁବ୍ କଷ୍ଟକର । ଜବକାଚ ସାହାର୍ଯ୍ୟରେ ମୂର୍ତିକୁ ଦେଖିଲେ ହିଁ ଜଣାପଡିବ ତାର କାରୁକାର୍ଯ୍ୟ । ୩.୫ ସେଂଟିମିଟର ଉଚ୍ଚର ମହମ ମୂର୍ତିରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତିକୁ ଅତି ସୁନ୍ଦର ଭାବରେ ତିଆରି କରି ଏକ୍ସକ୍ଲୁସିଭ ୱାଲର୍ଡ ରେକର୍ଡ କରିଛନ୍ତି ଯାଜପୁରର ଯୁବ ପ୍ରତିଭା ରାକେଶ । ଖାଲି ସେତିକି ନୁହେଁ, ଲିମ୍ବ କାଠିକୁ ବ୍ୟବହାର କରି ଅଧ ସେଂଟିମିଟର ଉଚ୍ଚର ଚୁତୁର୍ଦ୍ଧାମୂର୍ତି ପ୍ରସ୍ତୁତ କରିିଛନ୍ତି ରାକେଶ କୁମାର ପାତ୍ର ।

ଯାଜପୁର ଟାଉନ ନିକଟସ୍ଥ ନାଥସାହି ଗାଁରେ ରାକେଶଙ୍କ ଜନ୍ମ । ଚିତ୍ରକଳା ପ୍ରତି ରୁଚି ରଖିଥିବା ରାକେଶ ବିଭିନ୍ନ ମୂର୍ତି ଆଙ୍କିବା ସହ ଅନେକ ସ୍ଥାନରେ ବାଲୁକା କଳା ପ୍ରଦର୍ଶନ କରିଥାନ୍ତି । ପିଲାଟି ଦିନରୁ ମନରେ ଥିବା କିଛି ନିଆରା କରିବାର ସ୍ୱପ୍ନ, ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ସବୁଠାରୁ ଛୋଟ ମୂର୍ତି ନିର୍ମାଣ କରି ବିଶ୍ୱ ଏକ୍ସକ୍ଲୁସିଭ୍ ରେକର୍ଡ କରିଛନ୍ତି । ଆଗକୁ ସହଯୋଗ ଓ ସହାୟତା ମିଳିଲେ ଚିତ୍ରକଳା ଜରିଆରେ ପୁଅ ଆହୁରି ଆଗକୁ ଯାଇପାରିବ ବୋଲି ପରିବାର ଲୋକ ଆଶାବାଦୀ ଅଛନ୍ତି ।

ସବୁ ଠାରୁ କ୍ଷୁଦ୍ର ମୂର୍ତି ନିର୍ମାଣ କରି ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଥିବା ଯାଜପୁରର ପୁଅ ରାକେଶ ସ୍ୱପ୍ନ କେବଳ ଏକ୍ସକ୍ଲୁସିଭ ୱାଲର୍ଡ ରେକର୍ଡ ନୁହେଁ, ଗିନିଜ ବୁକ ଅଫ୍ ୱାଲର୍ଡ ରେକର୍ଡର ଭୋକ ତାଙ୍କ ଭିତରେ ରହିଛି ।