ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ ! ୪ ପରିବାରର ସମ୍ପୂର୍ଣ୍ଣ ଘର ନଷ୍ଟ

ସମ୍ବଲପୁର ଗୋଲବଜାରରେ ଅଗ୍ନିକାଣ୍ଡ ! ଜଳିପୋଡି ଛାରଖାର ହୋଇଗଲା ୧୦୦ ଦୋକାନ

କନକ ବ୍ୟୁରୋ :  ଯାଜପୁର ସହର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ। ସର୍ଟ ସକ୍ରିଟ ରୁ ନିଆଁ ଲାଗି ୪ଟି ପରିବାରଙ୍କ ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ ପଂଳରେରେ ନିଆଁକୁ ଆୟତ କରିଥିଲେ ମଧ୍ୟ ସମସ୍ତ ଆସବାସ ପତ୍ର ସହିତ ଟଙ୍କା ବାସନକୁସନ ଆଦି ପୋଡ଼ି ନଷ୍ଟ ହୋଇଯାଇଛି ।

ସେମାନେ ଦିନ ମଜୁରିଆ ହୋଇଥିବାରୁ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ଲାଗି ସାଧାରଣରେ ଦାବି ହୋଇଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ନିଆଁର କାରଣ ଜଣା ପଡିନାହିଁ। ତେବେ ରାତିରେ ଘରେ ଖାଇ, ପି ସମସ୍ତେ ଘରେ ଶୋଇଥିବା କାରଣରୁ ଏପରି ଏକ ଅଘଟଣ ସମ୍ପର୍କରେ ହଠାତ କେହି ଜାଣିପାରିଲେ ନାହିଁ । ତେଣୁ ଘରର ଆସବାବପତ୍ର ବି ବଂଚାଇପାରିଲେ ନାହିଁ । ନିଆଁ ବ୍ୟାପିବାପରେ ଟାଉନ ଦମକଳବାହିନୀ ଖବର ପାଇ ନିଆକୁ ଆୟତ୍ତ କରିଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe