ଗାଡି ଡ୍ରାଇଭରଙ୍କଠୁ ବଟି ଆଦାୟକୁ ନେଇ ଅଡୁଆରେ ଯାଜପୁର ଟମକା ଥାନା ଏସଆଇ : ଗାଡି ଛାଡିବାକୁ ଟ୍ରକ ଡ୍ରାଇଭରଙ୍କଠାରୁ ୨ ହଜାର ଟଙ୍କା ଲାଂଚ ମାଗୁଥିବାର ଭିଡିଓ ଭାଇରାଲ

332

କନକ ବ୍ୟୁରୋ : ଗାଡି ଡ୍ରାଇଭରଙ୍କଠୁ ବଟି ଆଦାୟକୁ ନେଇ ଅଡୁଆରେ ଯାଜପୁର ଟମକା ଥାନା ଏସଆଇ । ଟ୍ରାଫିକ ନିୟନ୍ତ୍ରଣ ଓ କରୋନା କଟକଣା ଆଳରେ ଏସଆଇ ମହମ୍ମଦ ସୁରଜ ଟ୍ରକ ଡ୍ରାଇଭରଙ୍କଠାରୁ ୨ ହଜାର ବଟି ଆଦାୟର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଏସଆଇ ଜଣକ କହିଛନ୍ତି, ୨ ହଜାର ଟଙ୍କା ନଦେଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ହେଲେ ଟ୍ରକ ଡ୍ରାଇଭର ଜଣକ ତାଙ୍କ ମା ମରିଯାଇଥିବା ବେଳେ ସେ କିଛି ଖାଇନଥିବା କହିଥିବା ଭିଡିଓରେ ଶୁଣିବାକୁ ମିଳୁଛି ।

ଏସଆଇ ଜଣକ ସାଦା ପୋଷାକରେ ଗାଡି ଭିତରେ ବସିଥିବା ବେଳେ ମା ମରିଗଲା ବୋଲି କଣ ହେଲା ବୋଲି କହୁଛନ୍ତି । ଗାଡି ନଛାଡିବାରୁ ଶେଷରେ ବାଧ୍ୟ ହୋଇ ଡ୍ରାଇଭର ଜଣକ କିଛି ଟଙ୍କା ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।