କନକ ବ୍ୟୁରୋ : ପ୍ରଧାନଶିକ୍ଷକଙ୍କ ବଦଳି ହୋଇଯିବାରୁ ଅଭିନବ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ଶିକ୍ଷକଙ୍କ ବଦଳି ନ କରିବା ଦାବିରେ କୌଣସି ଛାତ୍ରଛାତ୍ରୀ ସ୍କୁଲ ଆସିନାହାନ୍ତି । ଛାତ୍ରଛାତ୍ରୀ ସ୍କୁଲ ନଆସିବାରୁ ସେମାନଙ୍କୁ ଚାହିଁ ବସିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଯାଜପୁର ଜିଲ୍ଲାର ମିର୍ଜାପୁର ନୋଡାଲ ସ୍କୁଲରେ ଏପରି ଘଟଣା ଦେଖିବାକୁ ମିଳିଛି ।

Advertisment

ଏହି ସ୍କଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୧୭୯ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ସ୍କଲରେ ୬ଜଣ ଶିକ୍ଷକଶିକ୍ଷୟିତ୍ରୀ ରହିଛନ୍ତି । ତେବେ ପ୍ରଧାନଶିକ୍ଷକଙ୍କ ବଦଳରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ମାତ୍ର ପିଲାମାନେ ପୁରୁଣା ପ୍ରଧାନଶିକ୍ଷକଙ୍କୁ ବଦଳି ନ କରିବାକୁ ଦାବି କରିଛନ୍ତି ।