ରାଜ୍ୟରେ ୫ଟି ପ୍ରଭାବ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପହଞ୍ଚିଲେ ଯାଜପୁର ଏସପି, ପଚାରି ବୁଝିଲେ ରୋଗୀଙ୍କ ସମସ୍ୟା ।

ଯାଜପୁର ଏସପି ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି

285

କନକ ବ୍ୟୁରୋ: ଯାଜପୁର ଏସପି ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ରାଜ୍ୟ ରେ ମୋ ସରକାର କାର୍ୟ୍ୟକ୍ରମ ର ସଫଳ ରୁପାୟନ ହେଉଛି କି ନାହିଁ ଏବଂ ମେଡିକାଲରୁ ଦଲାଲ ଓ ମେଡିସିନ ରିପ୍ରେଜେଣ୍ଟଟିଭ ହଟିଛନ୍ତି କି ନାହିଁ ତାହାର ଯାଞ୍ଚ କରିଛନ୍ତି ଯାଜପୁର ଏସପି ଚରଣ ସିଂ ମିନା।
ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ,ଶିଶୁ ବିଭାଗ ସହ ବିଭିନ୍ନ ଓ୍ୱାର୍ଡ ବୁଲି ଦେଖି ସାଧାରଣ ରୋଗୀଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ମାଗଣା ଔଷଧ ଲାଗି ଲମ୍ବା ଲାଇନରେ ଥିବା ରୋଗୀଙ୍କୁ ଦଲାଲ ପ୍ରଭାବିତ କରୁଛନ୍ତି କି ନାହିଁ ପଚାରି ବୁଝିଥିଲେ । କୌଣସି ଦଲାଲ ବା ମଧ୍ୟସ୍ଥି ହଇରାଣ ହରକତ କଲେ ଜିଲ୍ଲା ପୋଲିସର ସହାୟତା ନମ୍ବର ୧୦୦ ରେ କିମ୍ବା ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ ଏସପି ରୋଗୀକୁ ସୂଚନା ଦେଇଛନ୍ତି । ଏହି ଅଚାନକ ପରିଦର୍ଶନ ସମୟରେ ମେଡିକାଲ ସିଡିଏମଓ ଏବଂ ଯାଜପୁର ଥାନା ଅଧିକାରୀ ଆଶିଷ ସାହୁ ଉପସ୍ଥିତ ଥିଲେ । ଏହି ସମୟରେ ରସୁଲପୁର ଅଞ୍ଚଳର ଇସରାଦ ଯାହା ନାମକ ଗର୍ଭବତୀ ମହିଳାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିଲା। କିନ୍ତୁ ତାଙ୍କ ପରିବାର ଯାଜପୁର ଏସପିଙ୍କୁ ଭେଟି ମେଡିକାଲରେ ସିଜରିଂ କରିବାକୁ ଅନୁରୋଧ କରିଥିଲେ। ଏନେଇ ଏସପି ସିଡିଏମଓଙ୍କ ସହ ଆଲୋଚନା କରି ଏକ ସ୍ବତନ୍ତ୍ର ଟିମ ସହ ଯୋଗରେ ଅସ୍ତ୍ରୋପଚାର କରାଯାଇଥିଲା। ଯାହାକି ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି।