ବୈତରଣୀରୁ ବାଲି ଖୋଳୁ ଖୋଳୁ ଦୃଶ୍ୟମାନ ହେଲା ଅମୁହାଁ ଦେଉଳ : ଯାଜପୁର ଶିଦ୍ଧେଶ୍ବର ଘାଟ ନିକଟରେ ବାଲି ଖୋଳା ବେଳେ ବାହାରିଲା ଶିବଲିଙ୍ଗ

ସେବାୟତଙ୍କ ଦାବି ଜାଗର ଦିନ ହୋଇଥିଲା ଦୃଶ୍ୟମାନ

432

କନକ ବ୍ୟୁରୋ : ବୈତରଣୀରେ ବାଲି ଖୋଳୁ ଖୋଳୁ ଦୃଶ୍ୟମାନ ହେଲା ଅମୁହାଁ ଦେଉଳ । ଯାଜପୁର ଜିଲ୍ଲା ଦଶରଥ ତହସିଲ ଅଧିନ ଶିଦ୍ଧେଶ୍ବର ଘାଟ ନିକଟରେ ବୈତରଣୀ ଗର୍ଭରୁ ଏକ ଶିବଲିଙ୍ଗ ବାହାରିଥିବା ବେଳେ ଆଉ ୨ଟି ଅମୁହଁ ମନ୍ଦିର ଦୃଶ୍ୟମାନ ହୋଇଛି । ଶିଦ୍ଧେଶ୍ବର ମନ୍ଦିରରୁ ୨ଶହ ମିିଟର ଦୂରରେ ବୈତରଣୀ ନଦୀ ଗର୍ଭରୁ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ ହେଉଥିଲା ।

ଦିନ ରାତି ବାଲି ଉତ୍ତୋଳନ ହେଉଥିବାରୁ ସେଠାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ବାଲି ଖୋଳା ଭିତରେ ପୁରାତ୍ତନ ମନ୍ଦିର ଓ ଲିଙ୍ଗ ଦୃଶ୍ୟମାନ ହୋଇଛି । କେଉଁ କାଳରୁ ତାହା ପୋତି ହୋଇ ରହିଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି ।

ସେବାୟତଙ୍କ ସୂଚନା ଅନୁସାରେ, ଜାଗର ଦିନ ଏହି ମନ୍ଦିର ଓ ଲିଙ୍ଗ ଦୃଶ୍ୟମାନ ହୋଇଥିଲା । ସେମାନେ ଶିଦ୍ଧେଶ୍ବର ମନ୍ଦିର ଟ୍ରଷ୍ଟି ଦଶରଥପୁର ତହସିଲଦାରଙ୍କୁ ଏ ସଂପର୍କରେ ଜଣାଇବା ସହ କେତେକ ପୂଜକ ସେଠାରୁ ଯାଇ ପୂଜା କରିଥିବା କହିଛନ୍ତି ।

Comments are closed.