କନକ ବ୍ୟୁରୋ : ବୈତରଣୀରେ ବାଲି ଖୋଳୁ ଖୋଳୁ ଦୃଶ୍ୟମାନ ହେଲା ଅମୁହାଁ ଦେଉଳ । ଯାଜପୁର ଜିଲ୍ଲା ଦଶରଥ ତହସିଲ ଅଧିନ ଶିଦ୍ଧେଶ୍ବର ଘାଟ ନିକଟରେ ବୈତରଣୀ ଗର୍ଭରୁ ଏକ ଶିବଲିଙ୍ଗ ବାହାରିଥିବା ବେଳେ ଆଉ ୨ଟି ଅମୁହଁ ମନ୍ଦିର ଦୃଶ୍ୟମାନ ହୋଇଛି । ଶିଦ୍ଧେଶ୍ବର ମନ୍ଦିରରୁ ୨ଶହ ମିିଟର ଦୂରରେ ବୈତରଣୀ ନଦୀ ଗର୍ଭରୁ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ ହେଉଥିଲା ।
ଦିନ ରାତି ବାଲି ଉତ୍ତୋଳନ ହେଉଥିବାରୁ ସେଠାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ବାଲି ଖୋଳା ଭିତରେ ପୁରାତ୍ତନ ମନ୍ଦିର ଓ ଲିଙ୍ଗ ଦୃଶ୍ୟମାନ ହୋଇଛି । କେଉଁ କାଳରୁ ତାହା ପୋତି ହୋଇ ରହିଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି ।
ସେବାୟତଙ୍କ ସୂଚନା ଅନୁସାରେ, ଜାଗର ଦିନ ଏହି ମନ୍ଦିର ଓ ଲିଙ୍ଗ ଦୃଶ୍ୟମାନ ହୋଇଥିଲା । ସେମାନେ ଶିଦ୍ଧେଶ୍ବର ମନ୍ଦିର ଟ୍ରଷ୍ଟି ଦଶରଥପୁର ତହସିଲଦାରଙ୍କୁ ଏ ସଂପର୍କରେ ଜଣାଇବା ସହ କେତେକ ପୂଜକ ସେଠାରୁ ଯାଇ ପୂଜା କରିଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/11-20.jpg)