ଯାଜପୁର ଯୁଦ୍ଧରେ ଜିତିବ କିଏ? ଫଟୋରେ ଫଟୋରେ ଦେଖନ୍ତୁ ଯାଜପୁର ରାଜନୀତିର ଟିକିନିକି ତଥ୍ୟ

275

କନକ ବ୍ୟୁରୋ : ଯାଜପୁର ଯୁଦ୍ଧରେ ଜିତିବ କିଏ? ବିଜେଡି ଗଠନ ପରଠାରୁ ଏହାକୁ ନିଜର ଗଡ ଭାବେ ତୋଳିଥିବା ବେଳେ ବିଜେପି ପାଇଁ ବିଜୟ ଏ ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଛି । ୨ ଦଶନ୍ଧି ପରେ କଂଗ୍ରେସ ପୁଣିଥରେ ବିଜେଡିର ଏହି ଅଭେଦ୍ୟ ଦୁର୍ଗରେ ଏଣ୍ଟ୍ରି କରିବାକୁ ଜୋର ଲଗାଇଦେଇଛି । ତେବେ ଭୋଟର କାହାକୁ ଏହି ଯୁଦ୍ଧରେ ଜୟଯୁକ୍ତ କରିବେ ତାହା ସବୁଠୁ ବଡ ପ୍ରଶ୍ନ ପାଲଟିଛି ।

ବଡଚଣା ବ୍ୟାଟଲଗ୍ରାଉଣ୍ଡରେ ବାଜି ମାରିବ କିଏ? ବିଜୟସୂୂଚକ ଛକା ମାରିବାକୁ ମୈଦାନରେ ବିଜେଡି ଯୋଦ୍ଧା ଅମର ଶତପଥୀ, ଦୁଇ ନୂଆ ସିପାହୀଙ୍କୁ ନିର୍ବାଚନ କୁରୁକ୍ଷେତ୍ରକୂୁ ଓହ୍ଲାଇଛନ୍ତି ଉଭୟ ବିଜେପି-କଂଗ୍ରେସ ।

କେମିତି ରହିଛି ଅମରଙ୍କ ରାଜନୈତିକ କ୍ୟାରିୟର ।

ବିଞ୍ଝାରପୁରରେ ବିଜୟ ପାଇଁ ଛକାପଞ୍ଝା । ଏହି ଆସନରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ବିଜେଡିର ପୁରୁଖା ନେତ୍ରୀ ପ୍ରମିଳା, ବିଜୟ ବାନା ଉଡାଇବାକୁ ନୂଆ ମୁହଁ ସହ ମୈଦାନରେ ବିଜେପି-କଂଗ୍ରେସ ।

ବିଞ୍ଝାରପୁର ବ୍ୟାଟଲଗ୍ରାଉଣ୍ଡ ପାଇଁ ବିଜେଡିର ସିପାହୀ ପ୍ରମିଳା । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟର ବିଷୟରେ କିଛି ।

ଯାଜପୁରରେ ଜିତିବ କିଏ? ଗତ ୪ଟି ନିର୍ବାଚନରେ ବିଜେଡିର ଗଡ ରହି ଆସିଛି ଯାଜପୁର. ଏଯାଏଁ ବିଜୟର ସ୍ୱାଦ ଚାଖିନି ବିଜେପି । ଦୀର୍ଘ ସାଢେ ୩ ଦଶନ୍ଧି ପରେ ଯାଜପୁର ଗଡ ଅକ୍ତିଆର ପାଇଁ କଂଗ୍ରେସର ଅଙ୍କକଷା ।

ଯାଜପୁର ପାଇଁ ବିଜେଡିର ବଡ ଯୋଦ୍ଧା ସାଜିଛନ୍ତି ପ୍ରଣବ । ଜାଣନ୍ତୁ କେମିତି ରହିଛି ପ୍ରଣବଙ୍କ ରାଜନୈତିକ କ୍ୟାରିୟର

ବରୀରେ ହେବ ବିଗ୍ ଫାଇଟ୍ । ବିଜେଡି ଗଠନ ପରଠାରୁ ପ୍ରତି ଥର ବିଜୟ ହାସଲ କରିଛି ଦଳ, କଂଗ୍ରେସ ମାତ୍ର ଥରେ ଜିତିଥିବା ବେଳେ ଖାତା ଖୋଲି ନାହିଁ ବିଜେପି ।

ଧର୍ମଶାଳାରେ କିଏ ଉଡାଇବ ବିଜୟ ଧ୍ୱଜା? ଗଡ ରକ୍ଷା କରିବାର ଦାୟିତ୍ୱ ପ୍ରଣବଙ୍କ ହାତରେ ଦେଇଛି ବିଜେଡି । ନୂଆ ରଣନୀତି ସହ ମୈଦାନରେ କଂଗ୍ରେସ ଓ ବିଜେପି

କାହାର ହେବ କୋରେଇ? ପୂର୍ବ ନିର୍ବାଚନ ଗୁଡିକରେ ପ୍ରତି ଦଳକୁ ସୁଯୋଗ ଦେଇଛନ୍ତି କୋରେଇବାସୀ, ଏଥର କାହାକୁ ବାଛିବେ ଭୋଟର?

ସୁକିନ୍ଦା ସିଂହାସନରେ ବସିବ କିଏ? ଗତ ୨ ଦଶନ୍ଧି ଧରି ବିଜେଡି ଦଖଲରେ ରହିଛି ସୁକିନ୍ଦା ଗଡ । କମବ୍ୟାକ୍ କରିବାକୁ କଂଗ୍ରେସର କସରତ, ପଦ୍ମ ଫୁଟାଇବାକୁ ବିଜେପିର ଜୋରଦାର ଉଦ୍ୟମ ।