ଫିଟିବ ଝରାଫୁଲ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ରାକେଶକୁ ଆଣି ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ୍ କରିପାରେ ପୋଲିସ । 

175

କନକ ବ୍ୟୁରୋ : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଜେରା କରୁଛି ପୋଲିସ । ଯାଜପୁର କୁଆଖିଆ ଥାନାରେ ରାକେଶକୁ ପଚରାଉଚରା କରାଯାଉଛି । ସେଦିନ ଝରାଫୁଲ ସାଥିରେ କ’ଣ ଘଟିଥିଲା ଏନେଇ ରାକେଶକୁ ଜେରା କରୁଛନ୍ତି ଏସଡିପିଓ ।

ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡ ପାଇବା ପରେ ରାକେଶକୁ ଆଣିବା ପାଇଁ ସକାଳୁ ଯାଜପୁର ସବଜେଲରେ ପହଂଚିଥିଲା କୁଆଖିଆ ପୋଲିସ । ସକାଳ ସାଢ଼େ ୭ଟାରେ ରାକେଶକୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା । ପ୍ରଥମେ ରାକେଶର ଯାଜପୁର ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ମାମଲାର ତଦନ୍ତ ଅଧିକାରୀ ଯାଜପୁର ରୋଡ଼ ଏସଡିପିଓ ରାକେଶକୁ ଜେରା କରୁଛନ୍ତି ।

ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ଜେରା କରିବ । ଆବଶ୍ୟକ ପଡିଲେ ରାକେଶକୁ ଭୁବନେଶ୍ୱର ଆଣି ଝରାଫୁଲ ରହିଥିବା ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ କରିପାରେ ପୋଲିସ । ଆଉ ସହ ଖୋଲିପାରେ ଝରାଫୁଲ ମୃତ୍ୟୁ ରହସ୍ୟ । ୮ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ କେଉଁ କାରଣରୁ ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ ।