ବାତ୍ସଲ୍ୟ ମମତାର କରୁଣ ଦୃଶ୍ୟ : ପୁଅକୁ ବଂଚାଇବାକୁ ଯାଇ ବିଷଧର ସାପକୁ ହାତରେ ଧରି ଫୋପାଡ଼ିଦେଲେ ମାଆ; ସାପ କାମୁଡ଼ାରେ ଚାଲିଗଲା ମାଆର ଜୀବନ

629

କନକ ବ୍ୟୁରୋ : ନିଜ ଛୁଆକୁ ନିଶ୍ଚିତ ମୃତ୍ୟୁମୁଖରୁ ବଂଚାଇବାକୁ ଯାଇ ଜୀବନ ହାରିଛି ମାଆ । ବାତ୍ସଲ୍ୟ ମମତାର ଏମିତି କରୁଣ ଦୃଶ୍ୟ ଦେଖିବାକୁ ମିଳିଛ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଳିହା ପଂଚାୟତ ଦେଉଳବାଡ ଗାଁରେ । ଏହି ଗାଁର ପ୍ରିୟଦର୍ଶନୀ ରାଉତ ତାଙ୍କ ବର୍ଷକର ଶିଶୁପୁତ୍ରକୁ ନାଗସାପ କବଳରୁ ରକ୍ଷା କରିବାକୁ ଯାଇ ନିଜେ ସେହି ସାପ ଦଂଶନରେ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ଦଶରଥପୁର ବ୍ଲକ ରାହାସୋଇ ଗାଁର ବନମାଳି ଜେନାଙ୍କ ଝିଅ ପ୍ରିୟଦର୍ଶିନୀ ୨୦୧୯ରେ ଚିନ୍ମୟ ରାଉତକୁ ବିବାହ କରିଥିଲେ । ୨୦୨୦ରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଗତକାଲି ପୁଅ ଶୋଇଥିବାବେଳେ ନାଗସାପ ଶିଶୁ ଆଡକୁ ଯାଉଥିବା ଦେଖି ସାପକୁ ଧରି ଦେଇଥିଲେ । ଏହି ସାପ ତାଙ୍କ ଡାହାଣ ହାତକୁ ଚୋଟ ମାରିଥିଲା । ଡାକ୍ତରଖାନା ଯିବା ବାଟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।