ଯାଜପୁର ଇଟାପୁରରେ ଅଭାବନୀୟ ଘଟଣା : ସୈତାନ ପୁଅର ଛୁରା ମାଡରେ ବାପା ମୃତ, ମା' ଗୁରୁତର

ଯାଜପୁର ଇଟାପୁରରେ ଅଭାବନୀୟ ଘଟଣା : ସୈତାନ ପୁଅର ଛୁରା ମାଡରେ ବାପା ମୃତ, ମା' ଗୁରୁତର

ଯାଜପୁର : ସୈତାନ ପୁଅର ନୃଶଂସ କାଣ୍ଡ। ଟଙ୍କା ଲୋଭରେ ଭୁଲିଗଲା ସମ୍ପର୍କ। ଟଙ୍କା ପାଇଁ ବାପାକୁ କଲା ହତ୍ୟା। ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର କୋରେଇ ଥାନା ଇଟାପୁର ଗାଁରେ। କୌଣସି କାମ ପାଇଁ ବାପାଙ୍କୁ ଟଙ୍କା ମାଗିଥିଲା ପୁଅ। ହେଲେ ବାପା ଟଙ୍କା ଦେବାକୁ ମନା କରିବାରୁ ପୁଅର ମୁଣ୍ଡକୁ ପିତ ଚଢିଥିଲା। ଆଉ ଶେଷରେ ଛୁରା ଧରି ବାପାଙ୍କୁ ଆକ୍ରମଣ କରିଥିଲା ସୈତାନ ପୁଅ।

କେବଳ ଏତିକି ନୁହେଁ ପୁଅକୁ ବାଧା ଦେବାରୁ ମା’କୁ ମଧ୍ୟ ଆକ୍ରମଣ କରିଥିଲା। ଘଟଣାରେ ବାପାର ମୃତ୍ୟୁ ହୋଇଥିବା ବେଳେ ମା” ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତିି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe