କନକ ବ୍ୟୁରୋ : ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ବିଭତ୍ସ ହତ୍ୟା । ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ଗଣ୍ଡି ମୁଣ୍ଡ ଅଲଗା କରିଦେଲା ଯୁବକ । ଏହାପରେ କଟାମୁଣ୍ଡକୁ ଧରି ଗାଁରେ ବୁଲିଥିଲା ଯୁବକ । ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅଂଚଳରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ମୃତ ବୃଦ୍ଧା ହେଲେ ଦାନଗଦି ଫାଣ୍ଡି ଅନ୍ତର୍ଗତ ଛତରା ଗାଁର ନନ୍ଦିନୀ ପୂର୍ତି । ଗତକାଲି ନନ୍ଦିନୀ ପୂର୍ତିକୁ ଗାଁର କାର୍ତିକ କେରେଇ ଏକ ଟାଙ୍ଗିଆରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ । ଏହାପରେ କଟାମୁଣ୍ଡ ଧରି ଅଭିଯୁକ୍ତ କାର୍ତିକ ଫେରାର ହୋଇଯାଇଥିଲା । ଖବର ପାଇ ପୁଲିସ ଗାଁ ପହଂଚି ପାଖ ବିଲରୁ ଅଭିଯୁକ୍ତକୁ କଟାମୁଣ୍ଡ ସହ ଗିରଫ କରି ଥାନାକୁ ଆଣି ପଚରା ଉଚରା କରୁଛି । ଗୁଣି ଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ କାର୍ତିକ ହତ୍ୟା କରିଥିବା ଜଣାପଡିଛି ।
ବୃଦ୍ଧାଙ୍କ ଗୁଣିଗାରେଡୀ ଯୋଗୁଁ ଭାଇର ମୃତ୍ୟୁ ହୋଇଥିବା ସନ୍ଦେହରେ କାର୍ତିକ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ଜଣେ ଅସହାୟ ବିଧବା ବୃଦ୍ଧାଙ୍କୁ ଅନ୍ଧ ବିଶ୍ୱାସର ବଶବର୍ତି ହୋଇ ଏପରି ନିର୍ମମ ଭାବେ ହତ୍ୟା କରିବା ଦାନଗଦି ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/4-15.jpg)