କନକ ବ୍ୟୁରୋ : ଯାଜପୁର ଜିଲ୍ଲା ରଙ୍ଗରଙ୍ଗା ଗ୍ରାମରେ ଅଭାବନୀୟ ଘଟଣା । ମାକୁ ମାରିଦେଲା ପୁଅ । ଝିଅର ଅଭିଯୋଗ ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ରକରି ମାକୁ ବିଭିନ୍ନ ସମୟରେ ମାଡ ମାରୁଥିଲା ପୁଅ । ଅକଥନୀୟ ଅତ୍ୟାଚାର କରୁଥିଲା ପୁଅ ।ଏପରି ଘଟଣାରେ ଥାନାରେ ବାରମ୍ବାର ଆପୋଷ ବୁଝାମଣା ମଧ୍ୟ ହୋଇଥିଲା ।
ଶେଷରେ ଗତକାଲି ମାକୁ ଜୀବନରେ ମାରିଦେଇଛି ପୁଅ । ଅନ୍ୟପକ୍ଷରେ ପୁଅର କହିବା ହେଲା, ସେ ମାକୁ ଠେଲିଦେବାରୁ ମୁଣ୍ଡରେ ଆଘାତ ଲାଗିଥିଲା । ରକ୍ତ ବୋହୁଥିବା ଅବସ୍ଥାରେ ହସ୍ପିଟାଲକୁ ନିଆଯାଇତିଲା । ସେଠାରେ ତାର ମୃତ୍ୟୁ ହେଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/615095-577971-429174-murder.jpg)