୧୫୦ ବର୍ଷ ପୂର୍ତ୍ତି ଅବସରରେ ଯାଜପୁରରେ ସାଂସ୍କୃତିକ କାର୍ଯ୍ୟକ୍ରମ : ଛେୟାଁ ଛେୟାଁ ଫେମ ସୁଖବିନ୍ଦର ସିଂ ଥିଲେ ମୁଖ୍ୟ ଆକର୍ଷଣ

27

କନକ ବ୍ୟୁରୋ : ୧୫୦ ବର୍ଷ ପୁର୍ତ୍ତି ପାଳନ କଲା ଯାଜପୁର ପୌରପାଳିକା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ଅଷ୍ଟମ ସଂଧ୍ୟାରେ ଯାଜପୁରର ଲୋଗୋ ସଂଯୁକ୍ତ ଥିବା ଲଫାପା ଓ ପୋଷ୍ଟକାଡ଼ ଉନ୍ମୋଚନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଛେୟାଁ ଛେୟାଁ ଫେମ ସୁଖବିନ୍ଦର ସିଂ । ସୁଖବିନ୍ଦରଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବେଶ ମନୋରଂଜନର ଖୋରାକ ଯୋଗାଇଥିଲା । ଏହା ସହ ଓଲିଉଡ଼ ଗାୟିକା ଇରା ମହାନ୍ତିଙ୍କ ସଂଗୀତରେ ଝୁମିଥିଲେ ଦର୍ଶକ ।

ଏହି ଅବସରରେ ଚିତ୍ରଶିଳ୍ପୀ ତୁଷାର ରଂଜନ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆମେ ଯାଜପୁରିଆ ଗୀତରେ କୁନିକୁନି ପିଲାଙ୍କ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ବିଧାୟକ ପ୍ରଣବ ପ୍ରକାଶ ଦାସ, କଟକ ନର୍ଥ ଡ଼ିଭିଜନ ପୋଷ୍ଟାଲ ସୁପରିଟେଣ୍ଡେଂଟ୍ ସର୍ବେଶ୍ୱର ଦାଶ, ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଆଜି ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ହେଲିକପ୍ଟର ଦ୍ୱାରା ପୁଷ୍ପ ବୃଷ୍ଟି କରାଯାଇଛି ।